ଓଡିଶା

ଚୌଦ୍ୱାର ମୁହାଁଇଲେ ହାତୀପଲ, ଲୋକେ ଆତଙ୍କିତ

(ମହାଭାରତ, ଚୌଦ୍ୱାର): ଚୌଦ୍ୱାର ସହର ଅଭିମୁଖେ ଏକ ହାତୀପଲ ମାଡି ଚାଲିଥିବାରୁ ସ୍ଥାନୀୟ ଲୋକେ ଆତଙ୍କିତ ହୋଇ ପଡିଛନ୍ତି । ଏହି ପଲରେ ୧୪ଟି ହାତୀ ଥିବା ଜଣାଯାଇଛି । ବନବିଭାଗ ପକ୍ଷରୁ ହାତୀଙ୍କୁ ଘଉଡାଇବାକୁ ଉଦ୍ୟମ ଚାଲୁ ରହିଥିଲେ ବି ହାତୀପଲ ଏକ କାଜୁ ଜଙ୍ଗଲ ଭିତରେ ଲୁଚି ରହିଛନ୍ତି । ବନ ବିଭାଗ ପକ୍ଷରୁ ବାଣ ଓ ନିଆଁହୁଳା ସାହାଯ୍ୟରେ ହାତୀ ଘଉଡାଇବାକୁ ଚେଷ୍ଟା କରିଛି । ଚୌଦ୍ୱାର ବାଣୀପଦା ବନ୍ଦାଳ ଗାଁ ଅଭିମୁଖେ ୨ଟି ହାତୀ ଚାଲିଯାଇଥିବା ବେଳୈ ଏବେ ବି ୧୨ଟି ହାତୀ ଜଙ୍ଗଲରେ ଲୁଚି ରହିଛନ୍ତି । ସମସ୍ତ ହାତୀ ଚନ୍ଦକା ଜଙ୍ଗଲରୁ ଆସିଥିବା ବନ ବିଭାଗ ଅଧିକାରୀ ସୂଚନା ଦେଇଛନ୍ତି । ଶୁକ୍ରବାର ସୁଦ୍ଧା ହାତୀପଲକୁ ଆଠଗଡ ଜଙ୍ଗଲ ଆଡକୁ ଘଉଡାଇ ଦିଆଯିବ ବୋଲି ଫରେଷ୍ଟର ସୂଚନା ଦେଇଛନ୍ତି ।

Related posts

କୋଭିଡ ହସପିଟାଲରେ ଭର୍ତ୍ତି ହେଲେ ହସ୍ତତନ୍ତ ମନ୍ତ୍ରୀ

mahabharatanews

ହିଙ୍ଗୁଳ, ହରିତାଳ, କସ୍ତୁରୀ, ନାଲି, ଧଳା ଓ କଳା ଭଳି ପାରମ୍ପରିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରାଯିବ

mahabharatanews

ସମ୍ଭାବ୍ୟ ବାତ୍ୟା ପାଇଁ ସତର୍କ ସୂଚନା ଜାରି

mahabharatanews