Accidentଓଡିଶା

ଲୁହାବାଡରେ ବାଡ଼େଇ ଜଣେ ମୃତ ଜଣେ ଗୁରୁତର

ମୟୂରଭଞ୍ଜ: ୪୯ ନମ୍ବର ଜାତୀୟ ରାଜପଥ ପାର୍ଶ୍ବ ଲୁହାବାଡାରେ ବାଡ଼େଇ ହୋଇ ବାଇକ ଆରୋହୀ ଜଣେ ମୃତ ଜଣେ ଗୁରୁତର । ମୟୂରଭଞ୍ଜ ଜିଲ୍ଲାର ବିଶୋଇ ଥାନା ଅଧୀନସ୍ଥ ମଣଦା ଫାଣ୍ଡି ଅନ୍ତର୍ଗତ କୁରୁକୁଟିଆ ଛକ ଅନତି ଦୂରରେ ବାଇକ ଚାଳକ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ବ ଲୁହା ବାଡାରେ ବାଡ଼େଇ ହୋଇ ରାସ୍ତାରେ ଛିଟିକି କଚାଡି ହୋଇ ପଡ଼ିଥିଲେ ।ଗୁରୁତର ଅବସ୍ଥାରେ ଉଭୟଙ୍କୁ ଯଶିପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆ ଯାଇଥିଲା ।ସେଠାରେ ସାଓନା ମାରାଣ୍ଡି (୩୨) ଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ତାଙ୍କ ସାଥୀ ରାମଦାସ ସୋରେନ୍ ଗୁରୁତର ଅବସ୍ଥାରେ କରଂଜିଆ ହସ୍ପିଟାଲ ଏବଂ ପରେ କଟକ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି । ବିଶୋଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ସୋମବାର ଦିନ ସାଓନା ମାରାଣ୍ଡି ଙ୍କୁ ରାଇରଙ୍ଗପୁର ହସ୍ପିଟାଲରେ ଶବ ବ୍ୟବଚ୍ଛଦ କରାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି ।ବାଇକ ଚାଳକ ପଡୋଶୀ ଯାମସେଦପୁରର ଵିର୍ସାନଗଗରର ୬ ନମ୍ବର ଜୋନର ବାସିନ୍ଦା ଅଟନ୍ତି।

 

Related posts

ମାଓପ୍ରବଣ ସୁକମା ଜିଲ୍ଲାର ଏସ୍ପି ହେଲେ ୪ ବର୍ଷ ଶିଶୁକନ୍ୟା

mahabharatanews

ମହାପ୍ରଭୁଙ୍କୁ ଦର୍ଶନ କଲେ 5T ସଚିବ ଭି.କେ ପାଣ୍ଡିଆନ

mahabharatanews

ଫରେଷ୍ଟ ଗାର୍ଡଙ୍କୁ କାଠ ମାଫିଆଙ୍କ ଆକ୍ରମଣ

mahabharatanews