Uncategorized

ଦାନ୍ତେୱାଡା: ସୁରକ୍ଷା କର୍ମୀଙ୍କ ଗୁଳିରେ ୧ ନକ୍ସଲ ମୃତ

ରାଇପୁର: ଛତିଶଗଡର ଦାନ୍ତେୱାଡାରେ ଆଜି ଜଣେ ନକ୍ସଲର ସୁରକ୍ଷା କର୍ମୀଙ୍କ ଗୁଳିରେ ମୃତ୍ୟୁ ହୋଇଥିବା ପୁଲିସ ସୁଚନା ଦେଇଛି । ଆଜି ସକାଳ ପ୍ରାୟ ୭.୩୦ ମିନିଟରେ ଦାନ୍ତେୱାଡାର କିରାନ୍ଦୁଲ ଥାନା ଅଧୀନ ଗାମପୁର ଗ୍ରାମ ନିକଟ ଜଙ୍ଗଲରେ ସୁରକ୍ଷା କର୍ମୀଙ୍କ ମିଳିତ ଅପରେଶନ ଚାଲିଥିଲା । ଜିଲ୍ଲା ରିଜର୍ଭ ଗାର୍ଡ ଓ କେନ୍ଦ୍ର ରିଜର୍ଭ ପୁଲିସ ଓ ସ୍ପେଶାଲ ଟାସ୍କ ଫୋର୍ସ ମିଳିତ ଭାବେ ସର୍ଚ୍ଚ ଅପରେଶନ କରୁଥିଲେ । ମିଳିତ ଟିମ ରାଜଧାନୀ ଠାରୁ ୪୫୦ କିମି ଦୂର ଗାମପୁର ନିକଟ ଦେଇ ଯାଉଥିବା ସମୟରେ ରାସ୍ତାର ଦୁଇ ପାଶ୍ୱର୍ରୁ ସେମାନଙ୍କ ଉପରକୁ ଗୁଳିମାଡ ହୋଇଥିଲା । ଏହା ପରେ ସୁରକ୍ଷା କର୍ମୀ ନିଜ ପୋଜିସନ ନେବା ସହ ପାଲଟା ଗୁଳି ଚଳାଇଥିଲେ । ଗୁଳିମାଡ ପରେ ସୁରକ୍ଷା କର୍ମୀଙ୍କୁ ଜଙ୍ଗଲ ମଧ୍ୟରୁ ଜଣେ ପୁରୁଷ ନକ୍ସଲର ମୃତଦେହ ମିଳିଥିଲା । ତା ନିକଟରୁ କିଛି ପରିମାଣର ଗୁଳି ଭର୍ତ୍ତି ବନ୍ଧୁକ ଓ ବିସ୍ଫୋରକ ସ।।ମଗ୍ରୀ ମଧ୍ୟ ଜବତ ହୋଇଥିବା ଅପରେସନରେ ସାମିଲ ଥିବା ଇନିସ୍ପେକ୍ଟର ଜେନେରାଲ ସୁନ୍ଦର ରାଜ ସୂଚନା ଦେଇଛନ୍ତି । ଏହା ପରେ ସୁରକ୍ଷା ବଳ ପକ୍ଷରୁ ସେଠାରେ ସର୍ଚ୍ଚ ଅପରେଶନ ଜାରି ରହିଛି ।

Related posts

ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ପ୍ରବାସୀ ଶ୍ରମିକଙ୍କ ଟ୍ରେନକୁ ରାଜ୍ୟକୁ ଅନୁମତି ଦେଉନାହାନ୍ତି

mahabharatanews

୩୧ ଯାଏଁ ସମସ୍ତ ଟ୍ରେନ ବାତିଲ

mahabharatanews

ଶରଜିଲ ଇମାମ ସମର୍ଥନରେ ସ୍ଲୋଗାନ, ୫୧ ଜଣଙ୍କ ନାଁରେ ଦେଶଦ୍ରୋହ ମାମଲା

mahabharatanews