(ହିଞ୍ଜିଳିକାଟୁ/ରଜନୀ କାନ୍ତ ପାତ୍ର): ଗତ ଶୁକ୍ରବାର ରାତିରେ ହିଂଜିଳି ଥାନା ଅଧୀନ ଅନ୍ତରି ଗାଁରେ ପିଣ୍ଟୁ ବେହେରା ନାମକ ଜଣେ ଯୁବକ ନିଜ ଘର ଛାତ ଉପରେ ଶୋଇଥିବା ବେଳେ ରାତି ପ୍ରାୟ୧.୩୦ ସମୟରେ ୫ ଜଣ ଯୁବକ ଆସି ରଶି ମାଧ୍ୟମରେ ପାଟି ଓ ହାତ କୁ ବାନ୍ଧି ନେଇ ବାତ୍ୟା ଆଶ୍ରୟସ୍ଥଳୀ ନିକଟରେ ଥିବା ଅଙ୍ଗନବାଡି ଠାରେ ସଂଘବଦ୍ଧ ଭାବେ ଆକ୍ରମଣ କରି କୌଣସି କାରଣରୁ ଛାଡ଼ି ପଳାଇଥିଲେ। ସକାଳୁ ଗାଁ ଲୋକ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ। ଆହତ ଯୁବକଙ୍କୁ ପ୍ରଥମେ ହିଞ୍ଜିଳି ଉପଖଣ୍ଡ ଚିକିତ୍ସାଳୟ ପରେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଘଟଣାରେ ପରଦିନ ଆହତ ଯୁବକଙ୍କ ବାପାଙ୍କ ଏତଲା କ୍ରମେ ହିଞ୍ଜିଳି ଥାନା କେସ ନମ୍ବର ୨୦୦/୨୦ ରେ ଏକ ମାମଲା ରୁଜୁ କରି ପୋଲିସ କିଛି ଯୁବକ ମାନଙ୍କ ଅଟକ ରଖି ଅଧିକ ପଚରାଉଚରା କରୁଥିଲା। ଘଟଣାରେ ଅଳ୍ପ କିଛି ସମୟ ମଧ୍ୟରେ ସଂପୃକ୍ତ ଥିବା ୫ ଜଣ ଯୁବକକୁ ହିଞ୍ଜିଳି ପୋଲିସ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଯୁବକ ମାନେ ହିଞ୍ଜିଳି ଥାନା ଅନ୍ତର୍ଗତ ଅନ୍ତରି ଗାଁର ପପୁ ବେହେରା, ସଞ୍ଜୟ ବେହେରା, ପିଣ୍ଟୁ ବେହେରା, ସନ୍ନ୍ୟାସୀ ଓ ପୋଲସରା ଥାନା ଅନ୍ତର୍ଗତ ଚିରିପଦାର ଶୁଭମ ପଟ୍ଟନାୟକ ବୋଲି ଆଇଆଇସି ଅଭିମନ୍ୟୁ ଦାସ ସୂଚନା ଦେଇଛନ୍ତି। ଏହି ଘଟଣା କୁ ଏସଆଇ ମମତା ସାମନ୍ତରାୟ ତଦନ୍ତ କରୁଥିବା ଥାନା ସୂତ୍ରରୁ ପ୍ରକାଶ।
previous post
next post
