ଓଡିଶା

ରାଜ୍ୟରେ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା

(ଭୁବନେଶ୍ୱର): ରାଜ୍ୟରେ ଚିନ୍ତାଜନକ ଭାବରେ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସ୍ୱାସ୍ଥ୍ୟ ବିଭାଗ ସୂଚନା ଅନୁଯାୟୀ ଅଧିକାଂଶ କଲିକତା ଫେରନ୍ତା ବୋଲି ଜଣାପଡିଛନ୍ତି । ତେବେ ରାଜ୍ୟରେ ୧୧୮ ରେ ଆକ୍ରାନ୍ତଙ୍କ ସଂଖ୍ୟା ପହଁଚିଛି। ଖୋର୍ଦ୍ଧାରେ ମୋଟ ଆକ୍ରାନ୍ତ ଙ୍କ ସଂଖ୍ୟା ୪୬ ଥିବା ବେଳେ ୨୫ ଜଣ ସୁସ୍ଥ ହୋଇଥିବା ବେଳେ ୨୦ ଜଣ ବର୍ତ୍ତମାନ ସୁଦ୍ଧା ଚିକିତ୍ସା ହେଉଛନ୍ତି । ଯାଜପୁରରେ ମୋଟ ୧୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜଣେ ସୁସ୍ଥ ହୋଇଥିଲେ ବି ୧୮ ଜଣ ଚିକିତ୍ସିତ ହେଉଛନ୍ତି। ଭଦ୍ରକରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୯ ରହିଥିବା ବେଳେ ସେଥିରୁ ଦୁଇ ଜଣ ସୁସ୍ଥ ହୋଇଥିଲେ ବି ବର୍ତମାନ ସୁଦ୍ଧା ୧୭ ଜଣ ଚିକିତ୍ସିତ ହେଉଛନ୍ତି । ବାଲେଶ୍ୱରରେ ମୋଟ ୧୬ ଜଣ ଆକ୍ରାନ୍ତ ରହିଥିବା ବେଳେ ସମସ୍ତେ ଚିକିତ୍ସିତ ହେଉଛନ୍ତିକ୍ଷଅନ୍ୟପଟେ ସରକାରୀ ତଥ୍ୟ ଅନୁଯାୟୀ ଏପ୍ରିଲ ୨ ତାରିଖରୁ ରାଜ୍ୟର କୋରୋନା ସଂଖ୍ୟା ବଢିବାରେ ଲାଗିଛି। ଯାହା ରାଜ୍ୟରେ ୫ ପଜିଟିଭ ରହିଥିବା ବେଳେ ଜଣେ ସୁସ୍ଥ ହୋଇଥିଲେ। ତେବେ ୨ ଏପ୍ରିଲ ରୁ ୨୮ ଏପ୍ରିଲ ପର୍ୟ୍ୟନ୍ତ ତାହା ବଢିଯାଇଛି ୧୧୮ ଆକ୍ରାନ୍ତଙ୍କ ସଂଖ୍ୟା। ରାଜ୍ୟରେ ରେଡ଼ ଜୋନ ରେ ଅଛି ଖୋର୍ଦ୍ଧା, ସୁନ୍ଦରଗଡ, ଯାଜପୁର ଭଦ୍ରକ ଓ ବାଲେଶ୍ୱର। ଅରେଞ୍ଜ ଜୋନ୍ ରେ ଆଛି ପୁରୀ, କଟକ, ଢେଙ୍କାନାଳ କେନ୍ଦ୍ରାପଡ଼ା, କଳାହାଣ୍ଡି ଓ କୋରାପୁଟ ରହିଥିବା ବେକେ ବାକି ଜିଲ୍ଲା ଗୁଡିକ ଗ୍ରୀନ ଜୋନରେ ରହିଛନ୍ତି।

Related posts

ହାତୀ ଆକ୍ରମଣରେ ଚାଲିଗଲା ବନ କର୍ମଚାରୀଙ୍କ ଜୀବନ

mahabharatanews

ଆଜି ଆଉ ୨୦୩ କରୋନା ଆକ୍ରାନ୍ତ ସୁସ୍ଥ, ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୫୭୦୫କୁ ବୃଦ୍ଧି

mahabharatanews

ଶ୍ରୀ ଜଗନ୍ନାଥ ଅଖିଳ ଭାରତୀୟ ପାଲା କଳାକାର ମହାସଂଘର ରକ୍ତଦାନ ଶିବିର

mahabharatanews