ପାରାଦ୍ୱୀପ: ପାରାଦ୍ୱୀପର ଅନ୍ୟତମ ଟ୍ରକ ମାଲିକ ସଂଘ ଜଗନ୍ନାଥ ଟ୍ରକ ମାଲିକ ସଂଘର ନିର୍ବାଚନ ଶୁକ୍ରବାର ଦିନ ଶାନ୍ତି ଶୃଖଂଳାର ସହ ଶେଷ ହୋଇଛି । ଏଥି ନିମନ୍ତେ ସକାଳୁ ଅଠରବାଙ୍କୀ ଲକପଡାସ୍ଥିତ ସଂଘ କାର୍ଯ୍ୟାଳୟରେ ବ୍ୟାପକ ପୋଲିସ୍ ମୃତୟନ କରାଯାଇଥିଲା । ସଭ୍ୟମାନେ ସକାଳ ୮ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମତଦାନ କରିଥିଲେ । ସଂଧ୍ୟାରେ ନିର୍ବାଚନ ଅଧିକାରୀ ଫଳାଫଳ ଘୋଷଣା କରିଥିଲେ । ତଦନୁଯାୟୀ ସଭାପତି ଭାବେ ଛଇଳଚନ୍ଦ୍ର ଜେନା, କାର୍ଯ୍ୟକାରୀ ସଭାପତି ଉମାକାନ୍ତ ମିଶ୍ର, ଉପସଭାପତି ପ୍ରକାଶ ଚନ୍ଦ୍ର ଜେନା, ସାଧାରଣ ସଂପାଦକ ମନୋଜ କୁମାର ସ୍ୱାଇଁ, ସହ ସଂପାଦକ ସୁଧିର କୁମାର ଜେନା ଓ କୋଷା୍ମକ୍ଷ ଭାବେ ସୁନାକର ମହାନ୍ତି ନିର୍ବାଚିତ ହୋଇଛନ୍ତି । ପ୍ରକାଶ ଥାଉକି ଛଇଳଚନ୍ଦ୍ର ଜେନାଙ୍କ ପ୍ୟାନେଲ୍ ଅପରପକ୍ଷ ରାକେଶ କୁମାର ଜେନାଙ୍କ ପ୍ୟାନେଲକୁ ହରାଇ ସମସ୍ତ ପ୍ରାର୍ଥୀ ବିଜୟ ଲାଭ କରିଛନ୍ତି । ଏଥରକ ଛଇଳଚନ୍ଦ୍ର ୪ର୍ଥ ଥର ପାଇଁ ଗାଦି ସୁରକ୍ଷିତ ରଖିଛନ୍ତି ।
previous post