Uncategorized

ଜଙ୍ଗଲରେ ୨ ପିଲାଙ୍କ ମୃତ୍ୟୁକୁ ନେଇ ଗୁଣି ସନ୍ଦେହ

କୋଲକାତା: ପଶ୍ଚିମ ବଙ୍ଗର ମାଲଦା ଜିଲ୍ଲାରେ ଜଙ୍ଗଲରେ ଖେଳୁଥିବା ପିଲାଙ୍କ ଉପରେ ତାନ୍ତ୍ରିକ ଦ୍ୱାରା ଗୁଣି କରାଯିବାରୁ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଦୁଇଜଣ ପିଲା ଆହତ ହୋଇଛନ୍ତି । ପୁଲିସ ଏହି ମାମଲାର ଯାଞ୍ଚ କରୁଛି ।

ସୂଚନାଅନୁଯାୟୀ, ପଶ୍ଚିମ ବଙ୍ଗର ମାଲଦା ଜିଲ୍ଲାରେ ପିଲାଙ୍କ ଉପରେ ଗୁଣି କରିବା ଘଟଣାରେ ଦୁଇ ଜଣ ପିଲାଙ୍କ ମୃତ୍ୟୁ ହୋଇଛି ଓ ଦୁଇଜଣ ଆହତ ହୋଇଛନ୍ତି । ଏହି ଘଟଣା ଶୁକ୍ରବାର ରାତିରେ ହୋଇଥିବା ଗଜୋଲେ ଥାନା ସୂତ୍ରରୁ ସୂଚନା ଦିଆଯ।।ଇଛି । ପୁଲିସ ଅଧିକାରୀ ଆଲୋକ ରଜୋରିଆଙ୍କ ମୁତାବକ, ମୃତ ବାଳକଙ୍କ ବୟସ ଯଥାକ୍ରମେ ୫ ଓ ୭ ବର୍ଷ ଓ ଆହତ ଦୁଇ ଭଉଣୀଙ୍କ ବୟସ ଯଥାକ୍ରମେ ୩ ଓ ୬ ବର୍ଷ । ଆହତଙ୍କୁ ମାଲଦା ମେଡିକାଲ କଲେଜରେ ଭର୍ତ୍ତୀ କରାଯାଇଛି । ଏହି ଘଟଣାରେ ପୁଲିସ ଯାଞ୍ଚ ଆରମ୍ଭ କରି ଦେଇଛି । ପିଲାମାନଙ୍କ ପରିବାର ବର୍ଗଙ୍କୁ ପଚରାଉଚରା କରାଯାଉଛି । ଦୁଇ ବାଳିକାଙ୍କ ଉପରେ ଗୁଣି ଗାରୁଡି କରାଯାଇଥିଲା । ପିଲାମାନେ ସେଠାକୁ ଖେଳିବାକୁ ଯାଇଥିଲେ । ତେବେ ପ୍ରାରମ୍ଭିକ ଯାଞ୍ଚରୁ ଜଣାପଡୁଛି, ପିଲାମ।।ନେ ଜଙ୍ଗଲରେ କୌଣସି ବିଷାକ୍ତ ଫଳ ଖାଇଦେଇଥିବେ । ଏହି ଘଟଣା ପରେ ଟିଏମସିର ସ୍ଥାନୀୟ ବିଧାୟକ ଦିପ।।ଳୀ ବିଶ୍ୱାସ ଶନିବାର ଗାଁକୁ ଯିବା ସହ ହସ୍ପିଟାଲ ଗସ୍ତ କରିଛନ୍ତି । ଏହାକୁ ନେଇ ବିଶ୍ୱାସ କହିଛନ୍ତି, ଏହା ଏକ ଅନ୍ଧବିଶ୍ୱାସର ଘଟଣା । ପିଲାମାନେ ବଞ୍ôଚଯାଇଥାନ୍ତେ, ଯଦି ପରିବାର ବର୍ଗ ତାନ୍ତ୍ରିକ ନିକଟକୁ ନ ଯାଇ ହସ୍ପିଟାଲ ନେଇ ଆସିଥାନ୍ତେି ।

Related posts

ବୀରାପାନ୍ନର ଝିଅ ବିଜେପିରେ ସାମିଲ

mahabharatanews

କଣ ରହିଛି ଡେଲ୍ଟା ପ୍ଲସର ଲକ୍ଷଣ?

mahabharatanews

ଋଷ ଆକାଶରୁ ବିମାନ ନିଖୋଜ

mahabharatanews