ଓଡିଶା

“ଜନଧନ ଓ ଉଜ୍ଜ୍ୱଳା” କୋରନା ପାଇଁ ଏକ ମାଧ୍ୟମ ହୋଇପାରେ

(ଜଳେଶ୍ୱର/ଅଜିତ ସାହୁ):  ସାବଧାନ, “ଜନଧନ ଓ ଉଜ୍ଜ୍ୱଳା” ଯୋଜନା କୋରନା ପାଇଁ ଏକ ମାଧ୍ୟମ ହୋଇପାରେ। କୋରୋନା ବା କୋଭିଡ ୧୯ ମହାମାରୀ କୁ ରୁକିବା ପାଇଁ କେବଳ ସଚତନତା,ସତର୍କତା  ସାଙ୍ଗକୁ ସାମାଜିକ ଦୂରତା ଏକାନ୍ତ ଆବଶ୍ୟକ। ଏଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଲକ ଡାଉନ ଜାରି କରି ସାମାଜିକ ଦୂରତା ବଜାଇ ରଖିବାକୁ ନିବେଦନ କରୁଛନ୍ତି  ! ଲକଡାଉନ ସମୟରେ ଲୋକମାନଙ୍କର ସୁବିଧା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର  ବିଭିନ୍ନ ଯୋଜନା ମାଧ୍ୟମରେ ପ୍ର›ହନ ରାଶି ସହିତ ଡାଲି,ଚାଉଳ,ଗ୍ୟାସ ମଧ୍ୟ ଯୋଗାଇ ଦେଉଛନ୍ତି । ତେବେ  ଜନଧନ ଯୋଜନା ମାଧ୍ୟମରେ ଖୋଲା ଯାଇଥିବା  ଖାତାକୁ   ୫୦୦ ଟଙ୍କା  ଏବଂ ଉଜ୍ୱଳା ଯୋଜନା  ହିତାଧିକାରୀ ମାନଙ୍କୁ ୩ ଟି ଗ୍ୟାସ ମାଗଣାରେ ଯୋଗାଇ ଦେବାର  ଘୋଷଣା ସହିତ ବ୍ୟାଙ୍କ ଖାତାକୁ ଅଗ୍ରୀମ ଟଙ୍କା ମଧ୍ୟ ଦେଇଛନ୍ତି। ତେବେ ଏ ସମସ୍ତ ଯୋଜନାର  ଆସିଥିବା ଅର୍ଥରାଶି କୁ ନଉଠାଇଲେ ଉକ୍ତ ଅର୍ଥ ରାଶି କାଳେ  ଫେରିଯିବ ଏପରି  ଭୟ ଲୋକଙ୍କ ଭିତùର ଘାରିଛି। ଯାହା ପାଇଁ ଶହ ଶହ ମହିଳା ପୁରୁଷ  ବିଭିନ୍ନ ବ୍ୟାଙ୍କ ଓ  ଗ୍ୟାସ ଅଫିସ  ସାମ୍ନାରେ  ଭୋକ ଉପାସରେ ଦିନ ରାତି  ଅପେକ୍ଷା  କରୁଛନ୍ତି। ଏହି ସମୟରେ  ଆଦୌ ସାମାଜିକ ଦୂରତା  କିମ୍ବା ଲକ ଡାଉନ କଟକଣା   cû^ê ^ûjû«òö ଏନେଇ  ସ୍ଥାନୀୟ  ପ୍ରଶାiନ, କି ଜିଲ୍ଲା ପ୍ରଶାସନ   ମଧ୍ୟ କୌଣସି ପଦlପ  ନେଉ ନାହଁନ୍ତି । ଏମିତିକି  ବ୍ୟାଙ୍କ କର୍ତୁ ପକ୍ଷ ଓ ସରକାର  ଜନହିତ ପାଇଁ କୌଣସି  ସ୍ପଷ୍ଟ ସୂଚନା ଜାରି କରୁନଥିବାରୁ  ସ୍ଥିତି ଅଣûୟତ୍ତ  ହେଉଛି। ଅନ୍ୟ ପଟେ  ସମୟ ଥାଉ ଥାଉ ଯଦି ସରକାର ,କି ପ୍ରଶାiନ କୌଣସି ବିହିତ ପଦlପ ^ନିଅନ୍ତି  “ଉଜ୍ଜଳା ଆଉ ଜନଧାନ ଯୋଜନା ” କୋରୋନା କୁ  ନିମନ୍ତ୍ରଣ କରିବା  ପାଇଁ ଏକ ବଡ଼ ମାଧ୍ୟମ  ହେବ    ବୋଲି  ସାଧାରଣରେ ଚର୍ଚ୍ଚା ହେଉଛି।

Related posts

ଶିକ୍ଷକ ବଦଳି ପାଇଁ ଅନଲାଇନରେ କରିପାରିବେ ଆବେଦନ , ଖୋଲିଲା ପୋର୍ଟାଲ୍

mahabharatanews

ଘରେ ଘରେ ଥଣ୍ଡା ଓ ଜ୍ୱର ,ସ୍ୱାସ୍ଥ୍ୟ ବିଭାଗ ତରଫରୁ କରାଯାଉନି ସଚେତନତା

mahabharatanews

ଡ୍ରେନ ନିକଟରୁ ମିଳିଲା ଜ୍ୟୋତିଙ୍କ ମୃତଦେହ

mahabharatanews