ଓଡିଶା

ଜମି ପାଇଁ ଭାଇ-ଭାଇ ହଣାହଣି

(ମହାଭାରତ, ତେଲକୋଇ): କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅଧୀନ କୃଷ୍ଣପୁର ଗାଁରେ ଏକ ଲୋମଟାଙ୍କୁରା ଘଟଣା ଘଟିଛି । ଜମିବାଡିକୁ ନେଇ ପୂର୍ବରୁ ଦୁଇ ଭାଇଙ୍କ ମଧ୍ୟରେ ଲାଗି ରହିଥିବା ଗଣ୍ଡଗୋଳ ଉଗ୍ରରୂପ ନେବା ପରେ ରକ୍ତାକ୍ତ ସଂଘର୍ଷ ହୋଇଛି । ସାନ ଭାଇ ଓ ଭାଇ ବୋହୂର ଟାଙ୍ଗିଆ ଚୋଟରେ ବଡ ଭାଇ ଗୁରୁତର ହୋଇ ଏବେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, କୃଷ୍ଣପୁର ଗାଁର ଦୁଇ ଭାଇ ଶୁକଦେବ ନାୟକ ଓ ପଦ୍ମଚରଣ ନାୟକଙ୍କ ମଧ୍ୟରେ ଜମିବାଡିକୁ ନେଇ ଦୀର୍ଘଦିନ ଧରି ଗଣ୍ଡଗୋଳ ଲାଗି ରହିଛି । କିଛି ମାସ ତଳେ ପୂୂର୍ବରୁ ଜମି ପାଇଁ ଲାଗି ରହିଥିବା ଝଗଡାକୁ ନେଇ ସାନ ଭାଇଙ୍କ ସ୍ତ୍ରୀକୁ ବଡ ଭାଇ ମାଡ ମାରିଥିଲେ । ଏନେଇ ସାନଭାଇର ସ୍ତ୍ରୀ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ଏହାକୁ ଗୁରୁତ୍ୱ ଦେଇନଥିଲା । ଫଳରେ ଦୁଇ ଭାଇଙ୍କ ମଧ୍ୟରେ ଥିବା ଝଗଡା ଆହୁରି ବଢି ଯାଇଥିଲା । ଗତ ମଙ୍ଗଳବାର ବଡ ଭାଇ ଜମି ମାମଲାକୁ ନେଇ ପୁଣି ଥାନାରେ ଅଭିଯୋଗ କରି ଘରକୁ ଫେରିଥିଲେ । ଏହି ସମୟରେ ସାନ ଭାଇ ଓ ତାଙ୍କ ସ୍ତ୍ରୀ ଘର ପାଖରେ ଥିବା ଜଙ୍ଗଲକୁ ଡାକି ନେଇ ଟାଙ୍ଗିଆରେ ଚୋଟ ମାରି ମୁର୍ମୁଷୁ ଅବସ୍ଥାରେ ଛାଡି ଚାଲିଯାଇଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି ପରେ ବଡଭାଇର ଶବକୁ ଜଙ୍ଗଲରୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କେନ୍ଦୁଝର ସ୍ଥାନାନ୍ତର କରାଯାଇଛି । ପୋଲିସ ଘଟଣାର ତଦନ୍ତ କରୁଛି ।

Related posts

‘ଆମ ଜମିକୁ ମାଡିବ ରେଙ୍ଗାଲି ପାଣି’ କାର୍ଯ୍ୟକ୍ରମ ଉଦଘାଟନ କଲେ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇ

mahabharatanews

କୂଅରୁ ବଜ୍ରକାପ୍ତା ଉଦ୍ଧାର କଲା ବନ ବିଭାଗ

mahabharatanews

ଦିଗପହଣ୍ଡିରେ ସାର ସମସ୍ୟା: ପୁଣି ତେଜିଲା ଚାଷୀ ଆନ୍ଦୋଳନ

mahabharatanews