ଓଡିଶା

‘ଆମ ଜମିକୁ ମାଡିବ ରେଙ୍ଗାଲି ପାଣି’ କାର୍ଯ୍ୟକ୍ରମ ଉଦଘାଟନ କଲେ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇ

ଯାଜପୁର / ଅଂଶୁମାନ ବେହୁରା : ଯାଜପୁର ଜିଲ୍ଲା ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଦାନଗଦୀ ବ୍ଲକ ଉଚ୍ଚବାଲି ପଞ୍ଚାୟତର ସନ୍ତରାଗାଡ଼ିଆ ଠାରେ ଆମ ଜମିକୁ ମାଡିବ ରେଙ୍ଗାଲି ପାଣି କାର୍ଯ୍ୟକ୍ରମରେ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡ଼ାଇ ଯୋଗଦେଇ ବାମ ପାର୍ଶ୍ୱ ରେଙ୍ଗାଲି କେନାଲର ସାଖା କେନାଲକୁ ଉଦଘାଟନ କରିଛନ୍ତି । ଉକ୍ତ ବୈଠକରେ ଉଚ୍ଚବାଲି ପଞ୍ଚାୟତର ଗାଁ ଦାଣ୍ଡରେ, ଚାଷୀଙ୍କ ସହ ଚର୍ଚ୍ଚା କରି, କୃଷି-ବିକାଶର ମ୍ୟାପ୍ ପ୍ରସ୍ତୁତ କରିବା ସହ ୪ ଜଣ ପୁରୁଖା ଚାଷୀଙ୍କୁ ଉତ୍ତରୀ ଏବଂ ଫଟୋ ଦେଇ ସ୍ନମ୍ମାନୀତ କରିଛନ୍ତି ମନ୍ତ୍ରୀ । ଏହି କେନାଲଟି ୧୭କି.ମି ଥିବା ବେଳେ ଯାଜପୁର ଓ କେଉଁଝର ଜିଲ୍ଲାର ଚାଷୀ ମାନଙ୍କୁ ସହାୟକ ହେବ ବୋଲି ମନ୍ତ୍ରୀ  କହିଛନ୍ତି । ଯାଜପୁର ଜିଲ୍ଲା ଦାନଗଦି ବ୍ଲକର ମୁଖ୍ୟତଃ ବାଙ୍ଗରକୋଟା, ଉଚ୍ଚବାଲି ଏବଂ ନଛିପୁରା ପଞ୍ଚାୟତର ଜମିକୁ ଖରାଦିନରେ ଜଳସେଚିତ କରିବାକୁ ଆଶା ରଖାଯାଇଛି। ପନିପରିବାକୁ ସଂରକ୍ଷଣ ଲାଗି ଶୀତଳ ଭଣ୍ଡାର ପ୍ରତିଷ୍ଠା ଲାଗି ଚାଷୀ ଭାଇମାନେ ଆଗ୍ରହ ପ୍ରକାଶ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ଦାନଗଦି ବ୍ଳକ ଅଧକ୍ଷା ଅର୍ଚ୍ଚନା ଦାସ, ଉପାଧ୍ୟକ୍ଷ ଅଜୟ ବିନ୍ଧାଣି, ସ୍ଥାନୀୟ ଅଞ୍ଚଳର ବହୁ ଚାଷୀ ଓ ବିଜେଡି ବହୁ କର୍ମକର୍ତା ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା।

 

Related posts

ପବିତ୍ର ଅକ୍ଷୟତୃତୀୟାରେ ତିନିରଥ ନିର୍ମାଣ ଅନୁକୂଳ

mahabharatanews

ପୁରୀରେ ହେବ ୪୮ଟି ବିଦ୍ୟାଳୟ ଏବଂ ୩୫ଟି କଲେଜ

mahabharatanews

ଆଜି ସ୍ୱତନ୍ତ୍ର ଟ୍ରେନରେ ୨୫ ହଜାର ପ୍ରବାସୀ ଶ୍ରମିକ ଓଡିଶା ଫେରୁଛନ୍ତି

mahabharatanews