ଓଡିଶା

ଦିଗପହଣ୍ଡିରେ ସାର ସମସ୍ୟା: ପୁଣି ତେଜିଲା ଚାଷୀ ଆନ୍ଦୋଳନ

(ରଜନୀ କାନ୍ତ ପାତ୍ର/ଦିଗପହଣ୍ଡି): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ସାର ଯୋଗାଣ ଦାବିରେ ଗତ ଗୁରୁବାର ସହରର ବହୁସଂଖ୍ୟକ ଚାଷୀ ଆନ୍ଦୋଳନ କରିବାସହ ରାସ୍ତା ଅବରୋଧ କରିଥିଲେ। ଶୁକ୍ରବାର ସୁଦ୍ଧା ଚାଷୀଙ୍କୁ ସାର ଯୋଗାଣ କରାଯିବ ବୋଲି ସ୍ଥାନୀୟ ପୋଲିସ ଏବଂ ପ୍ରଶାସନିକ ଅଧିକାରୀମାନେ ପ୍ରତିଶ୍ରୁତି ଦେବାପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ପ୍ରତିଶ୍ରୁତି ମୁତାବକ ରବିବାର ସୁଦ୍ଧା ସ୍ଥାନୀୟ ପ୍ରଶାସନ ଚାଷୀଙ୍କୁ ୟୁରିଆ ସାର ପ୍ୟାକେଟ ଯୋଗାଣରେ ବିଫଳ ହେବାପରେ ସୋମବାର ପୁଣିଥରେ ଚାଷୀ ଆନ୍ଦୋଳନ ମୁଣ୍ଡ ଟେକିଛି । ବହୁସଂଖ୍ୟକ ଚାଷୀ ଦିଗପହଣ୍ଡିସ୍ଥିତ ପ୍ରାଥମିକ ସେବା ସମବାୟ ସମିତି ସମ୍ମୁଖରେ ଏକତ୍ରିତ ହୋଇ ସକାଳ ପ୍ରାୟ ସାଢ଼େ ୮ଟାରୁ ଦିଗପହଣ୍ଡି-ବ୍ରହ୍ମପୁର ୧୭ନଂ ରାଜପଥକୁ ଅବରୋଧ କରିଥିଲେ । ଯାହା ଫଳରେ ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ ରହିଥିଲା। ସେହିପରି ସାର ଯୋଗାଣ ପାଇଁ ଅଧିକୃତ ବିକ୍ରେତା ରଘୁନନ୍ଦନ ଟ୍ରେଡର୍ଶ ସମ୍ମୁଖରେ ଉତ୍ତେଜିତ ଚାଷୀମାନେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବାସହ ଦୀର୍ଘସମୟ ଧାରଣାରେ ବସି ରହିଥିଲେ । ଚାଷୀ ନେତା କୁରେଶୁ ମହାରଣା, ଡି.ଅନ୍ତର୍ୟ୍ୟାମୀ, କିଶୋର ଜେନା, କେ.କୁନା, ଦିଗପହଣ୍ଡି ତହସିଲଦାର ଅଦୈତ କୁମାର ସ୍ବାଇଁଙ୍କ ସହ ସବିଶେଷ ଆଲୋଚନା କରିବାପରେ ଦିଗପହଣ୍ଡି ବ୍ଲକ ସହକାରୀ କୃଷି ଅଧିକାରୀ ପଦାରବିନ୍ଦ ସାହୁଙ୍କ ଉପସ୍ଥିତିରେ ଗୋଦାମରେ ମହଜୁଦ ଥିବା ସ୍ବଳ୍ପ ସଂଖ୍ୟକ ୟୁରିଆ ସାର ପ୍ୟାକେଟ ଗୁଡ଼ିକୁ ଚାଷୀଙ୍କୁ ସରକାରୀ ରିହାତି ଦରରେ ବଣ୍ଟନ କରାଯାଇଥିଲା।

Related posts

ଲୋଡ଼ ସମୟରେ ଖସିପଡ଼ିଲା ଆଇରନ ଗ୍ରାଫ୍, ଡ୍ରାଇଭର ମୃତ…

mahabharatanews

ଅନୁଭବଙ୍କ ବିରୋଧରେ ଚାର୍ଜଫ୍ରେମ ଦାଖଲ ପାଇଁ ନିର୍ଦ୍ଦେଶ

mahabharatanews

ବାଲୁକା କଳାରେ ପୁଲୱାମା ଶହୀଦଙ୍କୁ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଶ୍ରଦ୍ଧାଞ୍ଜଳୀ

mahabharatanews