ଓଡିଶା

ଜମି ମାମଲା ନେଇ ଯୁବକଙ୍କୁ ପୋଲିସର ମାଡ଼ ଅଭିଯୋଗ

(ମହାଭାରତ, କୋରାପୁଟ): କୋରାପୁଟ ଜିଲ୍ଲାର ନନ୍ଦପୁର ଥାନା ପୋଲିସ ଏକ ଜମି ମାମଲାକୁ ନେଇ ଜଣେ ଯୁବକଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି । ଲକ୍ସମନି ପ୍ରଧାନୀ ନାମକ ଜଣେ ଯୁବକଙ୍କୁ ନନ୍ଦପୁର ଏସଡିପିଓ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ, ଗତ ୯ ତାରିଖ ଦିନ ନନ୍ଦପୁର ଥାନା ଅନ୍ତର୍ଗତ ଲକ୍ସମନି ପ୍ରଧାନ ନିଜ ସ୍ତ୍ରୀଙ୍କ ସହ ଏକ ବାହାଘର ଭୋଜି ଖାଇବାକୁ ଯାଉଥିଲେ । ଏହି ସମୟରେ ନନ୍ଦପୁର ଏସଡିପିଓ ତପନ କୁମାର ମହାନନ୍ଦ କୌଣସି ଏକ ଜମି ମାମଲାକୁ ଆଧାର କରି ବିନା ଏଫଆଇଆରରେ ତାଙ୍କୁ ଉଠାଇ ନେଇଥିଲେ । ପରେ ଥାନାରେ ତାଙ୍କୁ ଦୀର୍ଘ ସମୟ ଧରି ଅଟକ ରଖିବା ସହ ମାଡ଼ ମାରିଥିଲେ ବୋଲି ଯୁବକଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି । ଥାନାରେ ପ୍ରବଳ ମାଡ଼ ଖାଇ ଯୁବକ ଜଣକ ଗୁରୁତର ହୋଇଥିଲେ । ଫଳରେ ତାଙ୍କୁ ପ୍ରଥମେ ନନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ପଠାଇ ଦିଆଯାଇଛି । ତେବେ ଏନେଇ ନନ୍ଦପୁର ଏସଡିପିଓଙ୍କ କୌଣସି ପ୍ରତିକ୍ରିୟା ମିଳି ନ ଥିବା ବେଳେ ନନ୍ଦପୁରରେ ପୋଲିସର ଗୁଣ୍ଡାରାଜ ଚାଲିଥିବା ସାଧାରଣରେ ଚର୍ଚ୍ଚା ହେଉଛି ।

Related posts

ବେହାଲ ସ୍ମର୍ଟ ସିଟି: ଦାୟୀ ଅଳସୁଆମୀ ନା ଉଦାସୀନତା

mahabharatanews

ରାଜ୍ୟରେ ୨ ହଜାର ୬୩୭ ନୁଆ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews

ଓଡ଼ିଶାରେ JN1 ଆକ୍ରାନ୍ତ ଚିହ୍ନଟ 

mahabharatanews