(ରଜନୀକାନ୍ତ ପାତ୍ର/ ହିଞ୍ଜିଳିକାଟୁ): ଗତ ୨୬ ତାରିଖରେ ଜରଡ଼ା ଥାନା ଅନ୍ତର୍ଗତ ପୋଲରାଜପୁର ଅଂଚଳରେ ଏକ ହତ୍ୟା ଉଦ୍ୟମ ମାମଲା ଘଟିଥିଲା । ଏହି ମାମଲାରେ ପୋଲିସ ୩ତାରିଖରେ ଅଭିଯୁକ୍ତ ଦୁଇ ଜଣଙ୍କୁ ଗିରଫ କରିଥିଲା । ୪ ତାରିଖରେ ସେମାନଙ୍କ ସ୍ୱାବ ସଂଗ୍ରହ କରାଯାଇ କରୋନା ଟେଷ୍ଟ ପାଇଁ ପଠାଯାଇଥିଲା । ଅଭିଯୁକ୍ତଙ୍କ ରିପୋର୍ଟ ପଜିଟିଭ ପରେ ଥାନା କର୍ମଚାରୀଙ୍କୁ କ୍ୱାରେଣ୍ଟଇନ ଯିବାକୁ ବ୍ରହ୍ମପୁର ଏସପି ପିନାକ ମିଶ୍ରଙ୍କ ନିର୍ଦେଶ ।
previous post
