Uncategorized

ଜଳିଗଲା ତୀର୍ଥଯାତ୍ରୀ ବସ, ୧୫ ଆହତ

(ଶ୍ରୀକାକୁଲମ): ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଦର୍ଶନ ସାରି ବସରେ ଆନ୍ଧ୍ରପ୍ରଦେଶର ବିଶାଖା ଯାଉଥିବା ଉତ୍ତରାଖଣ୍ଡର କିଛି ତୀର୍ଥଯାତ୍ରୀ ରବିବାର ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି । ଦୁର୍ଘଟଣା ପରେ ବସଟି ସମ୍ପୁର୍ଣ୍ଣ ଜଳି ଯାଇଥିବା ବେଳେ ଏଥିରେ ଥିବା ଯାତ୍ରୀମାନେ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । କିନ୍ତୁ ୧୫ ଜଣ ଯାତ୍ରୀ ଏହି ଦୁର୍ଘଟଣାରେ ଆହତ ହୋଇଛନ୍ତି । ଶ୍ରୀକାକୁଲମ ଜିଲ୍ଲାର ଭୀମବରମର ନିକଟରେ ଏହି ଦୁର୍ଘଟଣା ହୋଇଥିଲା । ଏକ ଘରୋଇ କମ୍ପାନୀର ବସ ସନ୍ତୁଳନ ହରାଇ ତୀର୍ଥଯାତ୍ରୀଙ୍କ ଏହି ବସକୁ ଧକ୍କା ଦେଇଥିଲା । ଏହାପରେ ୨ଟି ଯାକ ବସ ଜଳି ଯାଇଥିଲା । ଘଟଣାସ୍ଥଳରେ ଉପସ୍ଥିତ ସ୍ଥାନୀୟ ଲୋକେ ଦମକଳ ବାହିନୀକୁ ଖବର ଦେଇଥିଲେ । ଏହାପରେ ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିଲା । ଦୁର୍ଘଟଣାରେ ସମସ୍ତ ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ବସରେ ନିଆଁ ଲାଗିଯିବାରୁ ତୀର୍ଥଯାତ୍ର୍ରୀଙ୍କର ସବୁ ଜିନିଷ ପୋଡି ନଷ୍ଟ ହୋଇଯାଇଛି । ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏହି ବସରେ ପ୍ରାୟ ୪୫ ଯାତ୍ରୀ ଥିଲେ ବୋଲି ଅନୁମାନ କୁହାଯାଉଛି ।

Related posts

ସିଏଏ ହେଉଛି ଇତିହାସର ଏକ କଳା ଆଇନ: ଉର୍ମିଳା

mahabharatanews

ସୁପ୍ରିମ କୋର୍ଟ ପରିସରରେ ସମ୍ବିଧାନ ମୁଖବନ୍ଧ ପାଠ

mahabharatanews

ଛେନା ଷ୍ଟିମ ମିଠା

mahabharatanews