ଓଡିଶା

ବେଆଇନ ବାଣ ତିଆରି ବେଳେ ବିସ୍ପୋରଣ 

(ଗଂଜାମ) :  ବେଆଇନ ବାଣ ତିଆରି ବେଳେ ଅଘଟଣ । ବାଣ ବିସ୍ପୋରଣ ଘଟିବା ଫଳରେ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି । ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଥାନା ଜଗତି ସାହିରେ ଆଜି ସନ୍ଧ୍ୟାରେ ଏକ ଘରେ ବାଣ ଭିଡ଼ିବା ବେଳେ ବିସ୍ଫୋରଣ ଘଟିଛି । ରାଜୁ ପ୍ରଧାନଙ୍କ ପୁଅ ଜିତୁ ପ୍ରଧାନ ତାଙ୍କର ୨ ବନ୍ଧୁଙ୍କ ସହିତ ମିଶି ତାଙ୍କ ଘରର ଉପର ମହଲାରେ ବାଣ ଭିଡୁଥିବା ବେଳେ ଏହି ଅଘଟଣ ଘଟିଥିବା ଜଣାଯାଇଛି ।

 

ସୂଚନାନୁଯାୟୀ , ବାଣ ବିସ୍ଫୋରଣ ପରେ ୩ଜଣଙ୍କୁ ଗୁରୁତର ଅବସ୍ଥାରେ କୋଦଳା ଡାକ୍ତରଖାନା ନିଆଯାଇଥିଲା । ସେଠାରେ ଡାକ୍ତର ଜିତୁ ପ୍ରଧାନଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟ ଦୁଇ ଜଣଙ୍କୁ କୋଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆବଶ୍ୟକ ହେଲେ ସେମାନଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଯିବ ବୋଲି ଜଣାପଡ଼ିଛି ।

Related posts

୨୦୨୭ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପ୍ରସ୍ତୁତି ଆରମ୍ଭ।

mahabharatanews

ବଢୁଛି  ସ୍କ୍ରବ୍ ଟାଇଫସ୍; ସର୍ବାଧିକ ସୁନ୍ଦରଗଡ଼ରେ ୨୦୬ ରୋଗୀ ଚିହ୍ନଟ‌

mahabharatanews

କାହିଁକି ଆଜି ପର୍ଯ୍ୟନ୍ତ ନୂଆ ବଜେଟ୍ ଖର୍ଚ୍ଚ ହୋଇ ନାହିଁ ? ଉତ୍ତର ଦେଲେ ଆଇନ ମନ୍ତ୍ରୀ

mahabharatanews