ଓଡିଶା

ଜଷ୍ଟିସ ମହମ୍ବଦ ରଫିକ ହେବେ ଓଡିଶା ହାଇକୋର୍ଟର ପ୍ରଧାନ ବିଚାରପତି

କଟକ: ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ହେବାକୁ ଯାଉଛନ୍ତି ମେଘାଳୟ ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ ହେବେ । ସୁପ୍ରିମକୋର୍ଟ କଲେଜିୟମ ତାଙ୍କର ଓଡ଼ିଶା ହାଇକୋର୍ଟକୁ ବଦଳି ନେଇ ତାଙ୍କ ନାଁକୁ କେନ୍ଦ୍ର ସରକାରଙ୍କ ନିକଟକୁ ସୁପାରିସ କରିଛନ୍ତି। ଜଷ୍ଟିସ କଳ୍ପେଶ ସତ୍ୟେନ୍ଦ୍ର ଝାଭେରୀଙ୍କ ଅବସର ପରେ ୨୦୧୯, ଜାନୁୟାରୀ ୫ତାରିଖରୁ କାର୍ୟ୍ୟକାରୀ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ସଞ୍ଜୁ ପଣ୍ଡା କାର୍ୟ୍ୟରତ ଅଛନ୍ତି।

ସୂଚନାଯୋଗ୍ୟ, ଜଷ୍ଟିସ ମହମ୍ମଦ ରଫିକ୍ ୨୦୧୯, ନଭେମ୍ବର ୧୩ରେ ମେଘାଳୟର ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ। ତେବେ ମୁଖ୍ୟ ବିଚାରପତି ଭାବରେ ନିଯୁକ୍ତ ହେବା ପୂର୍ବରୁ ସେ ରାଜସ୍ଥାନ ହାଇକୋର୍ଟର ବିଚାରପତି ଭାବରେ କାର୍ଯ୍ୟ କରିଥିଲେ। ସେଠାରେ ସେ ୨୦୦୬, ମଇ ୧୫ରେ ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ। ୨୦୧୯, ଏପ୍ରିଲ ୭ରୁ ମଇ ୪ତାରିଖ ପର୍ଯ୍ୟନ୍ତ ଏବଂ ୨୦୧୯, ସେପ୍ଟେମ୍ବର ୨୩ ରୁ ଅକ୍ଟୋବର ୫ତାରିଖ ପର୍ଯ୍ୟନ୍ତ ଦୁଇଥର ରାଜସ୍ଥାନ ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବରେ କାର୍ୟ୍ୟ କରିଥିଲେ। ଏଥିସହ ରାଜସ୍ଥାନ ରାଜ୍ୟ ଆଇନ ସେବା ପ୍ରାଧିକରଣର ଦାୟିତ୍ୱ ନିର୍ବାହୀ ଅଧ୍ୟକ୍ଷ ଭାବରେ ସେ ମଧ୍ୟ କାର୍ଯ୍ୟ କରିଥିଲେ। ୧୯୬୦, ମଇ ୨୫ରେ ରାଜସ୍ଥାନର ଚୁରୁ ଜିଲ୍ଲାର ସୁଜନଗଡ଼ରେ ରଫିକଙ୍କ ଜନ୍ମ। ରାଜସ୍ଥାନ ବିଶ୍ୱବିଦ୍ୟାଳୟରୁ ୧୯୮୦ରେ ବି.କମ, ୧୯୮୪ରେ ଏଲଏଲବି ଏବଂ ୧୯୮୬ରେ ଏମ.କମ ପାଠ୍ୟ ସମାପ୍ତ କରିଥିଲେ। ଏହା ପରେ ସେ ଓକିଲାତି ପେଶା କରିବା ପାଇଁ ବାର୍‌ରେ ଯୋଗ ଦେଇଥିଲେ ଏବଂ ୧୯୮୪, ଜୁଲାଇରୁ କାର୍ଯ୍ୟାରମ୍ଭ କରିଥିଲେ।

Related posts

ଶିଶୁଭବନରେ କରୋନା ଚିହ୍ନଟ ପରେ ଆଉଟଡୋର ବନ୍ଦ

mahabharatanews

ଓଡିଶାର ଗର୍ବ ସାଂସଦ ସସ୍ମିତ ପାତ୍ର

mahabharatanews

 ଶ୍ରୀମନ୍ଦିରରେ ଧନୁ ସଂକ୍ରାନ୍ତି, ସ୍ୱତନ୍ତ୍ର ନୀତିକାନ୍ତି ପ୍ରସ୍ତୁତ 

mahabharatanews