Uncategorized

ଜିଲ୍ଲା ପ୍ରଶାସନକୁ ସୁପ୍ରିମ କୋର୍ଟଙ୍କ ଜବାବ ତଲବ

ନୂଆଦିଲ୍ଲୀ: ପବ୍ଲିକ ସେଫଟି ଆକ୍ଟ ୧୯୭୮ ଅନ୍ତର୍ଗତ ବନ୍ଦୀ ଥିବା ଜାମ୍ମୁ କାଶ୍ମୀରର ନାସନାଲ କନଫେରେନ୍ସର ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କୁ ମୁକ୍ତ କରିବାକୁ କୌଣସି ଯୋଜନା କରାଯାଇଛି କି ନାହିଁ, ଏହାର ଅନୁଧ୍ୟାନ କରିବାକୁ ସୁପ୍ରିମ କୋର୍ଟ ଜାମ୍ମୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ଜଷ୍ଟିସ ଅରୁଣ ମିଶ୍ରା ଓ ଏମଆର ଶାହାଙ୍କୁ ନେଇ ଗଠିତ ଖଣ୍ଡପୀଠ ଜାମ୍ମୁ ପ୍ରଶାସନକୁ ପ୍ରତିନିଧିତ୍ୱ କରୁଥିବା ପରିଷଦକୁ କହିଛନ୍ତି, ଯଦି ଓମାରଙ୍କ ତୁରନ୍ତ ମୁକ୍ତି ପାଇଁ ଯୋଜନା କରାଯାଉ ନାହିଁ ତେବେ କୋର୍ଟ ସାରା ଅବଦୁଲ୍ଲା ପାଇଲଟଙ୍କ ଯାଚିକାର ଶୁଣାଣିକୁ ପ୍ରାଥମିକତା ଦେବେ । ଏଥିସହ ତାଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦିଆ ଯାଇଛି କି ନାହିଁ ତାହାକୁ ନେଇ ରିପୋର୍ଟ ମାଗିଛନ୍ତି । ତେଣୁ ଓମାନର ମୁକ୍ତି ଯାଚିକାର ଶୁଣାଣିକୁ କୋଟୟ ଆସନ୍ତା ସପ୍ତାହକୁ ସ୍ଥଗିତ ରଖିଥିବା ଜଷ୍ଟିସ ମିଶ୍ରା କହିଛନ୍ତି ।

ଗତ ସପ୍ତାହରେ ଓମାରଙ୍କ ପିତା ଫାରୁକ ଅବଦୁଲ୍ଲାଙ୍କୁ ବହୁ ମ।।ସ ପରେ ମୁକ୍ତ କରାଯାଇଥିଲା । କୋର୍ଟ ଓମାରଙ୍କ ଭଉଣୀ ତଥା ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ପତ୍ନୀ ସାରା ଅବଦୁଲ୍ଲା ପାଇଲଟଙ୍କ ଯାଚିକାର ଶୁଣାଣି କରିଥିଲେ । ସେ ଅଭିଯୋଗ କରିଥିଲେ କି, ବନ୍ଦୀ ନିର୍ଦ୍ଦେଶ ସମ୍ପୂର୍ଣ୍ଣ ବେଆଇନ ଓ ସେ ଆଇନ ଶୃଙ୍ଖଳା ପାଇଁ କୌଣସି ବିପଦ ନୁହଁନ୍ତି ବୋଲି ସାରା ଉଲ୍ଲେଖ କରିଥିଲେ । ସାରା ଯାଚିକାରେ ଅଭିଯୋଗ କରିଛନ୍ତି କି, କୌଣସି ବ୍ୟକ୍ତି ବା ରାଜନେତାଙ୍କୁ ସିଆରପିସି ଅଧୀନରେ ଗିରଫ କରିବା କର୍ତ୍ତୃପକ୍ଷ ଦ୍ୱାରା ଶକ୍ତିର ଅପବ୍ୟବହାର ଓ ମନ୍ଦବୁଦ୍ଧି ସମ୍ପର୍ଣ୍ଣ । ଧାରା ୩୭୦ ଉଚ୍ଛେଦ ପରେ ଏପରି କରି ବିରୋଧୀଙ୍କୁ ଚୀପ କରାଯାଉଛି ।

Related posts

ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ: ୧୦ ଶିଶୁଙ୍କ ମୃତ୍ୟୁ

mahabharatanews

ଶେଷରେ ବୃଦ୍ଧ ଦମ୍ପତିଙ୍କୁ ମିଳିଲା ଭତ୍ତା

mahabharatanews

ଜିଲ୍ଲା ପ୍ରଶାସନକୁ ସୁପ୍ରିମ କୋର୍ଟଙ୍କ ଜବାବ ତଲବ

mahabharatanews