ଓଡିଶା

ଜିଲ୍ଲା ସ୍ତରୀୟ କୁଷ୍ଠ ନିରାକରଣ ଓ ଘରୋଇ ଉପକରଣ ବଂଟନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଡେରାବିଶ: ଜିଲ୍ଲାସ୍ତରୀୟ କୁଷ୍ଠ ନିରାକରଣ ସଚେତନତା ଓ ଘରୋଇ ଉପକରଣ ବଂଟନ କାର୍ଯ୍ୟକ୍ରମ ସ୍ଥାନୀୟ ଉର୍ଦ୍ଦୁ ପାଠାଗାର ପରିସରରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଉପ ଜିଲ୍ଲାପାଳ ଜ୍ୟୋତିଶଙ୍କର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କୁଷ୍ଠମୁକ୍ତ ସମାଜ ଗଠନରେ ସମସ୍ତ ଜନସାଧାରଣ ସଚେତନ ହୋଇ କୁଷ୍ଠ ରୋଗକୁ ପରିକ୍ଷିତ କରି ତୁରନ୍ତ ଚିକିତ୍ସା ଆରମ୍ଭ କଲେ କୁଷ୍ଠ ରୋଗ ଭଲ ହୋଇ ପାରିବ ବୋଲି ବକ୍ତବ୍ୟ ରଖିଥିଲେ । ସମ୍ମାନିତ ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଉପ ନିର୍ଦ୍ଦେଶକ ଚନ୍ଦ୍ରକାନ୍ତ ନାୟକ କୁଷ୍ଠ ରୋଗ ଏକ ବ୍ୟାଧି ନୁହେଁ ମଣିଷର ଏକ ଭ୍ରାନ୍ତ ଧାରଣା, ପ୍ରାଥମିକ ଅବସ୍ଥାରୁ ଏହି ରୋଗର ଚିକିତ୍ସା କରାଇଲେ ରୋଗମୁକ୍ତ ହୋଇ ପାରିବ ବୋଲି କହିଥିଲେ । ଜିଲ୍ଲା କୁଷ୍ଠ ନିରାକରଣ ଅଧିକାରୀ ଡା. ପ୍ରଦିପ କୁମାର ଦାସ କୁଷ୍ଠ ରୋଗର ଚିକିତ୍ସା ପଦ୍ଧତି ସମ୍ପର୍କରେ ବର୍ଣ୍ଣନା କରିଥିଲେ । ଜିଲ୍ଲା ସମାଜମଙ୍ଗଳ ଅଧିକାରିଣୀ ଚିନ୍ମୟୀ ରଥ ଯୋଗଦେଇ କୁଷ୍ଠ ରୋଗରୁ ମୁକ୍ତ ହୋଇଥିବା ବ୍ୟକ୍ତିମାନଙ୍କୁ ସ୍ୱୟଂ ସହାୟକ ଦଳରେ ଅନ୍ତର୍ଭୁକ୍ତ କରାଯାଇ ଆର୍ôଥକ ରୋଜଗାରକ୍ଷମ କରାଯାଇଥିବା କହିଥିଲେ । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୬୫ ଜଣ କୁଷ୍ଠ ପୀଡିତ ଓ ମୁକ୍ତଙ୍କୁ ସରକାରୀ ସହାୟତା ସ୍ୱରୂପ ପ୍ରତ୍ୟେକ ବ୍ୟକ୍ତିଙ୍କୁ ୧୨ ହଜାର ୭୭୫ ଟଙ୍କା ଲେଖାଏଁ ସହାୟତା ମଞ୍ଜୁରୀପତ୍ର ବଣ୍ଟନ କରିଥିଲେ । ଏଥି ସହିତ କୁଷ୍ଠ ମୁକ୍ତ ବ୍ୟକ୍ତିଙ୍କୁ ରୋଜଗାରକ୍ଷମ କରିବା ପାଇଁ ରାଜ୍ୟ ସରକାର ୫ ହଜାର ଲେଖାଏଁ ଟଙ୍କା ପ୍ରଦାନ କରୁଛନ୍ତି । କୁଷ୍ଠ ରୋଗରେ ପୀଡିତ ବ୍ୟକ୍ତିର ପିଲା ମାନଙ୍କୁ ଅଧ୍ୟୟନ ପାଇଁ ଶିକ୍ଷା ବୃତ୍ତି ପ୍ରଦାନ, ମଧୁବାବୁ ପେନସନ ସହ ବାସହୀନଙ୍କୁ ବାସଗୃହ ଯୋଗଇ ଦିଆଯାଉଛି ବୋଲି ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଦାସ ସୂଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସାମାଜିକ ସୁରକ୍ଷା ବିଭାଗର କର୍ମ·ରୀଙ୍କ ସମେତ ସମସ୍ତ ବ୍ଲକର ସିଡିପିଓ ଏବଂ କୁଷ୍ଠ ନିବାରଣ କର୍ମ·ରୀମାନେ ଯୋଗ ଦେଇଥିଲେ ।

Related posts

‘ପ୍ରତୀକ୍ଷା’ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ 

mahabharatanews

ବିଜେପିରେ ମିଶିଲେ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ବରିଷ୍ଠ ବିଜେଡି ନେତା ଅଜୟ ନାୟକ

mahabharatanews

କଟକ ଡିୟର ପାର୍କରୁ ସ୍ଥାନାନ୍ତର ହେଲେ ୨୭୬ ହରିଣ

mahabharatanews