ରଜନୀକାନ୍ତ ପାତ୍ର/ ହିଞ୍ଜିଳି: କରୋନ ସାରା ବିଶ୍ୱକୁ ଆତଙ୍କିତ କରି ରଖିଛି । ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସବୁ କଟକଣାକୁ ପଛରେ ପକାଇ ବଢି ଚାଲିଛି । ଏହି ଭୟଙ୍କର ଭୂତାଣୁ ସଂକ୍ରମଣ ଉପରେ ଲଗାମ ଲଗାଇବାକୁ ଲକଡାଉନ ଜାରି ରହିଛି । କିନ୍ତୁ କିଛି ଅସାମାଜିକ ତତ୍ତ୍ୱଙ୍କ ପାଇଁ ଲକଡାଉନ ମଉଜର ଖୁରାକ ଯୋଗାଇଛି । ଭୂତାଣୁ କରି ଏହି ତତ୍ତ୍ୱମାନେ କଟକଣାକୁ ଫୁ କରି ଚଳାଇଛନ୍ତି ମନମାନି । ସାମାଜିକ ଦୂରତ୍ୱକୁ ପଛରେ ପକାଇ ଚଳାଇଛନ୍ତି ଜୁଆ ଖେଳ । ହିଞ୍ଜିଳି ଥାନା ଅଧୀନ ଶାସନ ଆମ୍ବଗାଁରେ ଜୁଆ ଖେଳ ଚାଲୁଥିବା ବେଳେ ହିଞ୍ଜିଳି ପୋଲିସ ଚଢାଉ କରି ୬ ଜଣଙ୍କୁ ଗିରଫ କରିଛି ।
ସୂଚନା ଅନୁଯାୟୀ, ଶାସନ ଆମ୍ବଗାଁରେ ଲଗାତର ଲକଡାଉନ ଗାଇଡଲାଇନ ଓ ସାମାଜିକ ଦୂରତ୍ୱକୁ ଅବମାନନା କରି ଜୁଆ ଆଡ୍ଡା ଚାଲିଛି । କୌଣସି ସୂତ୍ର ରୁ ଖବର ପାଇଁ ପୁଲିସ ଗାଁରେ ଚଢାଉ କରିଥିଲା । ପୁଲିସକୁ ଦେଖି ଘଟଣାସ୍ଥଳରୁ ଦେଖଣାହାରୀ ତଥା ଖେଳାଳୀଙ୍କ ମଧ୍ୟରୁ ଅନେକ ଛୁ ମ।।ରିବାରେ ସକ୍ଷମ ହୋଇଥିଲେ ମଧ୍ୟ ପୁଲିସ ୬ ଜଣ ଯୁବକ କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୧୩ହଜାର ୬ଶହ ୭୦ଟଙ୍କା ଜବତ କରିଛି । ଏନେଇ ହିଞ୍ଜିଳି ଥାନାରେ କେସ ନଂ ୧୭୩/୨୦ମାମଲା ରୁଜୁ କରାଯାଇଥିବା ଥାନା ଅଧିକାରୀ ଅଭିମନ୍ୟୁଙ୍କ ଠାରୁ ପ୍ରକାଶ । ଚଢ଼ାଉରେ ଏସଆଇ ବାସୁଦେବ ଭୋଇ, ଏଏସଆଇ ରାଜନ ବିଷୋୟୀ, ସୁରତ ଭୁଆଁ, ରାଜୀବ ପାଢ଼ୀ, ବସନ୍ତ ଉପାଧ୍ୟାୟ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ
