ଓଡିଶା

ମହୁ ସଂଗ୍ରହ କରିବା ବେଳେ ଗଛରୁ ପଡି ଜଣେ ମୃତ

ସନ୍ତୋଷ କୁମାର ଲମତା/ ରାୟଗଡା: ରାୟଗଡା ଜିଲ୍ଲା କଲ୍ୟାଣସିଂପୁର ବ୍ଲକ ପୋଲମା ପଂଚାୟତର ସଦର ଗାଁ ନିକଟରେ ମହୁ ସଂଗ୍ରହ କରିବା ବେଳେ ବରଗଛରୁ ଖସି ପଡି ଜଣକର ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ କଲୋନରା ବ୍ଲକ ଶୁଙ୍କୁଳି ପଦର ଗ୍ରାମର ମାଠିଆ କଞ୍ଜାକା(୪୫) । ମହୁ ସଂଗ୍ରହ କରିବା ମାଠିଆ ଶୁଙ୍କୁଳିପଦର ଗାଁରୁ ପୋଲମା ଗାଁ କୁ ଆସିଥିଲେ । ସେଠାରେ ଥିବା ଏକ ବର ଗଛ ଊପରେ ଚଡି ମହୁ ସଂଗ୍ରହ କରିବା ସମୟରେ ହଠାତ ଗଛରୁ ଖସି ପଡିଥିଲେ । ତଳେ ପଡିବା ପରେ ତାଙ୍କ ମୃତ୍ୟୁ ଘଟିଥିଲା । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା । ଏହି ଘଟଣାରେ ପୋଲିସ (କେସ ନଂ ୫/୨୦)ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଲାଇଛି ।

Related posts

ଡେଟରେ ଯାଉଥିଲେ ପଚାରନ୍ତୁ ନାହିଁ ଏହି ୫ଟି ପ୍ରଶ୍ନ

mahabharatanews

ଡଙ୍ଗାରେ ଆସି ପହଞ୍ଚିଲେ ୧୬ ମତ୍ସଜୀବୀ

mahabharatanews

ରାୟଗଡ଼ା ଜିଲ୍ଲା ଗୁଣୁପୁର ବେବର୍ତ୍ତା ଢିପସାହିରେ ଭୟାବହ ଅଗ୍ନିକାଣ୍ଡ

mahabharatanews