ଭୁବନେଶ୍ଵର ୦୪।୦୬: ଦେଶରେ ଦକ୍ଷିଣ-ପଶ୍ଚିମ ମୌସୁମିର ଆଗମନ ଘଟି ସାରିଛି। ଜୁନ ୩ ତାରିଖରେ କେରଳ ଛୁଇଁବା ପରେ ମୌସୁମି ତାମିଲନାଡୁରେ ସକ୍ରିୟ ହେବା ସହ ଆନ୍ଧ୍ର ପ୍ରଦେଶର କିଛି ଅଞ୍ଚଳକୁ ଆଚ୍ଛାଦିତ କରିଛି। ତେଣୁ ଏହା ଜୁନ୍ ୮ କିମ୍ବା ୯ ସୁଦ୍ଧା ଦକ୍ଷିଣ ଓଡିଶାର କିଛି ଅଂଶକୁ ଛୁଇଁବ ବୋଲି ଆଶା କରାଯାଉଛି। ଏନେଇ ଶିକ୍ଷା ‘ଓ’ ଅନୁସନ୍ଧାନର ପରିବେଶ ଏବଂ ଜଳବାୟୁ (ସିଇସି) ଶୁକ୍ରବାର ଏହାର ସୂଚନା ଦେଇଛନ୍ତି।
ଆଗାମୀ ଦୁଇରୁ ତିନି ଦିନ ମଧ୍ୟରେ ମୌସୁମି ପ୍ରବାହ ଆହୁରି ଅଧିକ ଶକ୍ତିଶାଳୀ ହେବାର ସମ୍ଭାବନା ରହିଛି। ଯାହା ଜୁନ୍ ୧୦-୧୧ରେ ପଶ୍ଚିମବଙ୍ଗ-ଓଡିଶା ଉପକୂଳରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ନିମ୍ନ ଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ଏହା ସମଗ୍ର ଓଡିଶାରେ ଦକ୍ଷିଣ-ପଶ୍ଚିମ ମୌସୁମି ପାଇଁ ପାଗ ଅନୁକୂଳ କରିବ ବୋଲି ସିଇସି କହିଛନ୍ତି।
ମୌସୁମି ଧିରେ ଧିରେ ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଜୁନ୍ ୧୦ ତାରିଖ ରାତିରୁ ବର୍ଷା ହୋଇପାରେ ଏବଂ ରାଜ୍ୟର ଉପକୂଳ ଅଞ୍ଚଳରେ ଜୁନ ୧୧ ସନ୍ଧ୍ୟା ଠାରୁ ବର୍ଷାର ତୀବ୍ରତା ବୃଦ୍ଧି ପାଇପାର। ଏହା ପ୍ରଭାବରେ ଉତ୍ତର ଏବଂ ପଶ୍ଚିମ ଓଡିଶାରେ ଜୁନ୍ ୧୪ ଆଡକୁ ପ୍ରବଳରୁ ପ୍ରବଳ ବର୍ଷା ହେବ ବୋଲି ଏଥିରେ ପୂର୍ବାନୁମାନ କରାଯାଇଛି।