Uncategorized

ଏମବିବିଏସ କଲେଜ ନିର୍ମାଣ କରିବ ପତଞ୍ଜଳି

(ଦିଲ୍ଲୀ) : ଏଲୋପାଥି ସମ୍ବନ୍ଧରେ ଦେଇଥିବା ବିବୃତ୍ତିକୁ ନେଇ ଯୋଗ ଗୁରୁ ବାବା ରାମଦେବ ତାଙ୍କର ଭବିଷ୍ୟତ ଯୋଜନା ବିଷୟରେ ଖୁଲାସା କରିଛନ୍ତି । ଖୁବ ଶୀଘ୍ର ସେ ଦେଶରେ ଏକ ଏଲୋପାଥି ମେଡିକାଲ କଲେଜ (ଏମବିବିଏସ କଲେଜ) ନିର୍ମାଣ କରିବେ ବୋଲି କହିଛନ୍ତି ।

ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ବାବା ରାମଦେବ କହିଛନ୍ତି ଯେ ଭବିଷ୍ୟତରେ ପତଞ୍ଜଳି ଯୋଗପୀଠ ଏକ ଏଲୋପାଥିକ୍ ମେଡିକାଲ୍ କଲେଜ ନିର୍ମାଣ କରିବ ଏବଂ ଯୋଗପୀଠ ଦ୍ୱାରା ଏକ ଏଲୋପ୍ୟାଥିକ୍ କଲେଜ ପ୍ରତିଷ୍ଠା କରିବାର ଉଦ୍ଦେଶ୍ୟ ହେଉଛି ଏକ ଏଲୋପାଥିକ୍ MBBS ଡାକ୍ତର ପ୍ରସ୍ତୁତ କରିବା ।

ଏହା ସହିJତ ବାବା ରାମଦେବ ପୁଣି ଥରେ ଦୋହରାଇଛନ୍ତି ଯେ ସେ ଏଲୋପାଥିକ ଔଷଧ ଏବଂ ଡାକ୍ତରମାନଙ୍କୁ ସମ୍ମାନ କରନ୍ତି । ଏଲୋପାଥି ଉପରେ ତାଙ୍କର ବିବାଦୀୟ ମନ୍ତବ୍ୟକୁ ସ୍ପଷ୍ଟ କରି ସେ କହିଛନ୍ତି ଯେ ଏହା ତାଙ୍କର ଅଧିକାରିକ ବିବୃତ୍ତି ନୁହେଁ ଏବଂ ଏହି ପ୍ରସଙ୍ଗ ଏବେ ଅତ୍ୟଧିକ ହୋଇଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ମୁଁ ମୋର ବିବୃତ୍ତି ପାଇଁ କ୍ଷମା ପ୍ରାର୍ଥନା କରିଛି, ତଥାପି ଏହି ମାମଲାକୁ ଆଗକୁ ନିଆଯାଉଛି ।

Related posts

ପରିବର୍ତ୍ତନ ହେବ ହାଇଦ୍ରାବାଦର ନାମ !

mahabharatanews

ଦିଲ୍ଲୀ ଅଟୋ ଭଡା ବୃଦ୍ଧି ଉପରେ ହାଇକୋର୍ଟଙ୍କ ରୋକ୍

mahabharatanews

ଆତଙ୍କବାଦୀଙ୍କ ଭଳି ବ୍ୟବହାର କରୁଛନ୍ତି: ଆଜମ ଖାନ

mahabharatanews