ଓଡିଶା

ଜେଟିରୁ ମତ୍ସଜୀବିଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

(ମହାଭାରତ, ପାରାଦୀପ): ପାରାଦୀପ ମାଛଧରା ବନ୍ଦରର ୧ ନମ୍ବର ଜେଟିରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସେ ପେଶାରେ ଜଣେ ମତ୍ସଜୀବି ହୋଇଥିବା ବେଳେ ଏଠାରେ ଜଣକ ବୋଟରେ ରହି ସେ କାମ କରୁଥିଲେ । ମୃତକ ଜଣକ ଭଦ୍ରକ ଜିଲ୍ଲା ତିହିଡି ଅଞ୍ଚଳର ଉପେନ୍ଦ୍ର ପରିଡା ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ଗତ ଚାରି ଦିନ ଧରି ସେ ନିଖୋଜ ରହିଥିଲେ । ଗତ ସୋମବାର ତାଙ୍କ ମୃତଦେହ ୧ ନମ୍ବର ଜେଟିରେ ଭାସୁଥିବା କିଛି ମତ୍ସଜୀବି ଦେଖିବାକୁ ପାଇଥିଲେ । ଏନେଇ ସେମାନେ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ଛାନଭିନ କରୁଛି । ଉକ୍ତ ମତ୍ସଜୀବିଙ୍କୁ ହତ୍ୟା କରାଯାଇଛି ବୋଲି ତାଙ୍କ ଭାଇ ପାରାଦୀପ ମେରାଇନ ଥାନାରେ ଏତଲା ଦେଇଛନ୍ତି ।

Related posts

ମିଲ୍କ ମୁଁ କ୍ଷୀର କଂପାନୀରେ ଆମୋନିଆ ଗ୍ୟାସ ଲିକ, ଅଳ୍ପକେ ବର୍ତିଲେ ୩ଶହରୁ ଊଦ୍ଧ୍ୱର୍ କର୍ମଚାରୀ

mahabharatanews

ବର୍ଷା, ଅନୁଭବ ପାରିବାରିକ କଳିର ପରବର୍ତ୍ତୀ ଶୁଣାଣି ଡିସେମ୍ବରରେ 

mahabharatanews

ଜଙ୍ଗଲ ଭିତରେ ଚାଲିଲେ ଛାତ୍ରଛାତ୍ରୀ

mahabharatanews