ଚେନ୍ନାଇ: ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜୟ ଲଲୀତାଙ୍କ ୭୨ ଜନ୍ମ ଜୟନ୍ତୀ ଅବସରରେ ସୋମବାର ରାଜ୍ୟ ମନ୍ତ୍ରୀ ଡି ଜୟକୁମାର ରୋୟାପୁରମର ସରକାରୀ ହସ୍ପିଟାଲ ଆରଏସଆରଏମରେ ନବଜାତକଙ୍କୁ ସୁନା ମୁଦି ଉପହାର ଦେଇଛନ୍ତି । ଏହି ଅବସରରେ ରାଜ୍ୟ ସଚିବାଳୟଠାରେ ପୂର୍ବତନ ସ୍ୱର୍ଗତ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଏଠାରେ ମୁଖ୍ୟମନ୍ତ୍ରୀ ଏଦାପାଡି କେ ପାଲାନିସ୍ୱାମୀ ଓ ଉପମୁଖ୍ୟଖ୍ୟମନ୍ତ୍ରୀ ଓ ପାନ୍ନେରସେଲଭାମ ଜୟଲଲିତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ସଚିବାଳୟ ପରିସରରେ ବୃକ୍ଷ ରୋପଣ କରିଥିଲେ । ମୁଖ୍ୟମନ୍ତ୍ରୀ ଆଜି ବିଧାନସଭାରେ ଘୋଷଣା କରିଛନ୍ତି କି, ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନକୁ ମହିଳା ଓ ଶିଶୁ ସୁରକ୍ଷା ଦିବସ ରୂପରେ ପାଳନ କରାଯିବ । ଏଥି ସହ ଜୟଲଳିତାଙ୍କ ଜନ୍ମ ଜୟନ୍ତୀ ଅବସରରେ ରାଜ୍ୟ ସରକାର ଅନେକ ଗୁଡିଏ ଯୋଜନା ମଧ୍ୟ ପ୍ରଣୟନ କରିଛନ୍ତି । ଏହା ବ।।ଦ ଅଲ ଇଣ୍ଡିଆ ଆନ୍ନା ଡ୍ରାଭିଡ ମନେତ୍ରା କାଝାଗମ (ଏଆଇଏଡିଏମକେ) କର୍ମଚାରୀଙ୍କୁ କୁହାଯ।।ଇଛି ସେମାନେ ଗରିବ ଲୋକଙ୍କୁ ସହାୟତା କରିବା ସହ ବିଭିନ୍ନ ରକ୍ତଦାନ ଶିବିର ଓ ଚିକିତ୍ସା ଶିବିରର ଆୟୋଜନ କରନ୍ତୁ ।
previous post
