ଭାରତ

 ‘ଝାଞ୍ଜ’ ବଜାଉଛନ୍ତି ପ୍ରଧାନମନ୍ତ୍ରୀ

(ମହାରାଷ୍ଟ୍ର) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମହାରାଷ୍ଟ୍ର ଗସ୍ତରେ ଅଛନ୍ତି। ନାସିକରେ ଏକ ରୋଡ୍ ସୋ’ କରିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ରାମ କଥା କୁଣ୍ଡ ଏବଂ କଳା ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିଛନ୍ତି। ମନ୍ଦିରରେ ବସି ପ୍ରଧାନମନ୍ତ୍ରୀ ‘ଝାଞ୍ଜ’ ନାମକ ଏକ ବାଦ୍ୟଯନ୍ତ୍ର ବଜାଉଥିବା ବେଳେ ଅନେକ ପୁରୋହିତ ରାମ ଭଜନ ଗାଇଥିବାର ନଜର ଆସିଥିଲେ। ମନ୍ଦିର ପୁରୋହିତମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମ୍ମୁଖରେ ରାମାୟଣର ‘ଯୁଦ୍ଧ୍‌ କାଣ୍ଡ’ ଭାଗ ମଧ୍ୟ ଗାଇଥିଲେ, ଯେଉଁଥିରେ ଭଗବାନ ରାମଙ୍କ ଅଯୋଧ୍ୟାକୁ ଫେରିବାର କଥା ରହିଛି।

ସୂଚନାନୁଯାୟୀ , ମରାଠୀ ଭାଷାରେ ଗାନ କରାଯାଉଥିଲା, ହେଲେ ଏଆଇ ମାଧ୍ୟମରେ ହିନ୍ଦୀରେ ପିଏମ ମୋଦୀଙ୍କ ଆଗରେ ଅନୁବାଦ ହେଉଥିଲା।  ପ୍ରଧାନମନ୍ତ୍ରୀ ମୋଦୀ ଗୋଦାବରୀ ନଦୀ କୂଳରେ ରାମ କୁଣ୍ଡ ପରିଦର୍ଶନ କରିଥିଲେ, ଯେଉଁଠାରେ ତାଙ୍କୁ ପାରମ୍ପାରିକ ‘ପଗଡି’ ଉପହାରରେ ମିଳିଥିଲା।  ପ୍ରଧାନମନ୍ତ୍ରୀ ସେଠାରେ ଜଳ ପୂଜା ଏବଂ ଆରତୀ ମଧ୍ୟ କରିଥିଲେ।

Related posts

ଏହି ଚରିତ୍ର ପାଇଁ ଆମିଷ ଓ ମଦ ତ୍ୟାଗ କରିବେ ରଣବୀର କପୁର

mahabharatanews

ଜୋ ବାଇଡେନଙ୍କୁ କରୋନା

mahabharatanews

ଚନ୍ଦ୍ର ପରେ ସୂର୍ଯ୍ୟଙ୍କ ନିକଟରେ ପହଂଚିବ ଭାରତ  

mahabharatanews