ଭାରତ

ଏହି ଚରିତ୍ର ପାଇଁ ଆମିଷ ଓ ମଦ ତ୍ୟାଗ କରିବେ ରଣବୀର କପୁର

(ମୁମ୍ବାଇ) : ନିର୍ମାଣ ହେଉଛି ରାମାୟଣ । ତେବେ ଶୁଣିବାକୁ ମିଳିଛି ଯେ ଏହି ରାମାୟଣର ମୁଖ୍ୟ ଚରିତ୍ର ଅର୍ଥାତ, ରାମ ଓ ସୀତାଙ୍କ ଭୂମିକାରେ ରଣବୀର କପୁର ଓ ଆଲିଆ ଭଟ୍ଟ ନଜର ଆସିବେ। ତେବେ ଏନେଇ ଆନୁ‌ଷ୍ଠାନିକ ଘୋଷଣା ଦୀପାବଳିରେ‌ ହେବ ବୋଲି ସୂଚନା ରହିଛି। ରାମାୟଣର ସୁଟିଂ ଆଗାମୀ ଡିସେମ୍ବରରୁ ଆରମ୍ଭ ହେବାକୁ ଯାଉଛି।

ଶୁଣିବାକୁ ମିଳୁଛି, ରାମାୟଣରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଭୂମିକା ନିଭାଇବାକୁ ରଣବୀର କପୁର ମଦ ଓ ମାଂସକୁ ତ୍ୟାଗ କରିବା ନିଷ୍ପତ୍ତି ନେଇଛନ୍ତି। ନିଜ ଭିତରେ ରାମଚନ୍ଦ୍ରଙ୍କର ଏହି ଅନୁଭବକୁ ଆଣିବା ପାଇଁ ପୂରା ସାତ୍ବିକ ଜୀବନ ବିତାଇବେ ରଣବୀର। ନିଜ ଚରିତ୍ରକୁ ନ୍ୟାୟ ଦେବା ପାଇଁ ଆମିଷ ଓ ମଦ ତ୍ୟାଗ କରିବେ ବୋଲି ସୂଚନା ରହିିଛି। ପରଦାରେ ରାମ-ରାବଣ ଯୁଦ୍ଧରେ ରଣବୀର ବନାମ ୟଶ୍‌ଙ୍କ ଯୁଦ୍ଧ ଦେଖିବାକୁ ମିଳିବାକୁ ଥିବାରୁ ଦର୍ଶକଙ୍କ ମନରେ ବି ଉତ୍କଣ୍ଠା ଦେଖବାକୁ ମିଳିଛି । ମାତ୍ର ରାବଣ ଚରିତ୍ର କରିବାକୁ ୟଶ୍‌ ମନା କରି ଦେଇଛନ୍ତି।

Related posts

ରୋହିତ ଶର୍ମାଙ୍କ ଭବିଶ୍ୟତକୁ ନେଇ ବଡ ବୟାନ ଦେଲେ ଗିଲ୍ ।

mahabharatanews

ପୁଲିସ ଏନକାଉଣ୍ଟରେ ଟଳିଲେ ୪ନକ୍ସଲ  

mahabharatanews

ସରକାରୀ ବଙ୍ଗଳା ଖାଲି କରିବେନି ସାଂସଦ ରାଘବ ଚଢା

mahabharatanews