ଅପରାଧ

ଟିକସ ଠକ ଫର୍ଣ୍ଣିଚର ସୋରୁମ ଉପରେ ଚଢାଉ

ଭୁବନେଶ୍ୱର: ଟିକସ ଠକ ଫର୍ଣ୍ଣିଚର ସୋରୁମ ଉପରେ ଚଢାଉ । ୧୫ଟି ବଡ ଫର୍ଣ୍ଣିଚର ସୋରୁମର ଉପରେ ଜିଏସଟି ଚଢାଉ ହୋଇଛି । । କଟକ, ଭୁବନେଶ୍ୱର, ଭଦ୍ରକ, ବାଲେଶ୍ୱର, ସମ୍ବଲପୁରରେ ଚଢାଉ ହେଉଛି । ସେହିପରି ରାଉରକେଲା, ବରଗଡ଼,ଭବାନୀପାଟଣା ଓ ବ୍ରହ୍ମପୁରରେ ବି ଚାଲିଛି ରେଡ୍ ।
ବିଭିନ୍ନ ଜିଲ୍ଲାର ବଡ ବଡ ସହରରେ ଥିବା ପ୍ରତିଷ୍ଠିତ ୧୫ଟି ବଡ଼ ଫର୍ଣ୍ଣିଚର ସୋ’ରୁମ୍ର ୩୦ଟି ସ୍ଥାନର ଜିଏସଟି ଚଢାଉ ଚାଲିଛି । ଉଭୟ ଲୁହା ଫର୍ଣ୍ଣିଚର ସୋ’ରୁମ୍ ଓ କାଠ ବଡ଼ ଫର୍ଣ୍ଣିଚର ସୋ’ରୁମରେ ଏଥିରେ ରହିଛି । ଚଢାଉରେ ବ୍ରହ୍ମପୁରର ଶାରଳା ଫର୍ଣ୍ଣିଚର ସୋରୁମ ସହ ବଲାଙ୍ଗୀର କଣ୍ଟାବାଞ୍ଝିର ରାଜୀବ ଅଗ୍ରୱାଲଙ୍କ ଆର୍କେ ଟ୍ରେଡର୍ସର ପ୍ଲାଇଉଡ ଦୋକାନ ଓ ଗୋଦାମ ଉପରେ ମଧ୍ୟ ଚଢଉ ହୋଇଛି। ସେହିପରି ସମ୍ବଲପୁର ସହରର ଏକ ଫର୍ଣ୍ଣିଚର ଗୋଦାମରେ ଜିଏସଟି ପକ୍ଷରୁ ରେଡ୍ । ଏକାଥରକେ ସହରର ୫ ଗୋଟି ସ୍ଥାନରେ ରେଡ ଚାଲିଥିବାବେଳେ ଜିଏସଟି ଟିକସ ଫାଙ୍କିଥିବା ଅଭିଯୋଗରେ ଚାଲିଛି ରେଡ୍ । ସହରର ମୁଦିପଡା ଗୋଟିଏ ସ୍ଥାନରେ ଓ ଅଇଁଠାପାଲିର ଦୁଇଟି ସ୍ଥାନ ସମେତ ଜିଏସଟି ପକ୍ଷରୁ ୫ଟି ସ୍ଥାନରେ ଯାଂଚ ଚାଲିଥିବା ସୂଚନା ମିଳିଛି । ତେବେ ଏପର୍ୟ୍ୟନ୍ତ କୌଣସି ସବିଶେଷ ତଥ୍ୟ ମିଳି ପାରିନାହିଁ । ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଯାଞ୍ଚ କରାଯାଉଥିବା ଜଣାପଡ଼ିଛି।

 

Related posts

କୋରାପୁଟରେ ନାବାଳିକକୁ ଗଳାକାଟି ହତ୍ୟା

mahabharatanews

ପିପିଲିରେ ଓଲଟିଲା ବସ, ଭୁବନେଶ୍ୱରରୁ କାକଟପୁର ଯାଉଥିଲା

mahabharatanews

ଡୋପିଂ ଟେଷ୍ଟରେ ବିଫଳ ପାଇଁ ଏସୀୟ କ୍ରୀଡା ୨୦୧୪ ପଦକ ବିଜୟୀ ହାମର ଫିଙ୍ଗାଳୀ ମଞ୍ଜୁ ବାଲା ନିଲମ୍ବିତ

mahabharatanews