ଅପରାଧ

କୋରାପୁଟରେ ନାବାଳିକକୁ ଗଳାକାଟି ହତ୍ୟା

କୋରାପୁଟ: କୋରାପୁଟର ଲମତାପୁଟରେ ଜଣେ ନାବାଳିକାକୁ ଗଳାକାଟି ହତ୍ୟା କରାଯାଇଛି । ଏନେଇ ପୋଲିସ ତଦନ୍ତ ଚଳାଇଛି । ଲମତାପୁଟ ବ୍ଲକ ଅନ୍ତର୍ଗତ ସଗର ନିକଟସ୍ଥ କଞ୍ଚଣା ଗ୍ରାମରେ ଜଣେ ଆଠ ବର୍ଷର ଝିଅକୁ ଗଳାକାଟି ହତ୍ୟା କରାଯାଇଛି । ଗତକାଲି ରାତିରେ ମୃତ ନାବାଳିକାର ମା ସୁନାମଣି ମାଣ୍ଡି ରନ୍ଧା ସାରି ଦେଖନ୍ତି ତ ଆଠବର୍ଷର ଝିଅ ନିଖୋଜ ହୋଇଯାଇଥିଲା । ଏହାକୁ ନେଇ ସୁନାମଣି ପାଖ ପଡିଶାଙ୍କ ଘରେ ଖୋଜିଥିଲେ ମଧ୍ୟ କୌଣସି ଖବର ପାଇନଥିଲେ । ଏହା ପରେ ସୁନାମଣି ଓ ପାଖ ପଡୋଶି ମିଳିତ ଭାବେ ଖୋଜାଖୋଜି ଆରମ୍ଭ କରି ଦେଇଥିଲେ । କିଛି ସମୟ ଖୋଜିବା ପରେ ଘର ସାମନାରେ ପରିତ୍ୟକ୍ତ ଅବସ୍ଥାରେ ଥିବା ଏକ ପୁରାତନ କାର ଉପରେ ଝିଅର ରକ୍ତ ଜୁଡୁବୁଡୁ ମୃତଦେହ ଦେଖିବାକୁ ପାଇଥିଲେ । କେହି ତାର ଗଳାକାଟି ହତ୍ୟା କରିଥିବା ଜଣାପଡିଛ । ଏନେଇ ଗ୍ରାମବାସୀଙ୍କ ସହିତ ସୁନାମଣି ଲମତାପୁଟ ଥାନାରେ ଅଭିଯୋଗ କରିଥିଲେ । ଆଜି ସକାଳୁ କୋରାପୁଟରୁ ସନ୍ଧାନୀ କୁକୁର ଆଣି ପୋଲିସ ତଦନ୍ତ ଆରମ୍ଭ କରିଛି ।

Related posts

ବ୍ୟାଙ୍କ ଏଜେଣ୍ଟଙ୍କୁ ହାଣି ବାଇକ୍ ଧରି ଦୁର୍ବୃତ୍ତ ଫେରାର

mahabharatanews

ଡାକ୍ତରଙ୍କ ଘରୁ ୩୦୦ କିଲୋଗ୍ରାମର ବିସ୍ଫୋରକ ଜବତ କଲା ଜମ୍ମୁ କାଶ୍ମୀର ପୋଲିସ

mahabharatanews

କୁସୁପୁର ଗଣହତ୍ୟା ଘଟଣା : ମୋବାଇଲ ଟର୍ଚ ଲାଇଟ ପକାଇ କଦଳୀ ଗଛକୁ ହାଣୁ ଥିଲା ଶିବ!

mahabharatanews