ଓଡିଶା

ଟିପିଏସଏଲ କାରଖାନା ବିସ୍ଫୋରଣ ଘଟଣା: ଜଣେ ଶ୍ରମିକଙ୍କ ମୃତ୍ୟୁ

(ମହାଭାରତ, ଝାରସୁଗୁଡା): ଝାରସୁଗୁଡ଼ା ଜିଲ୍ଲା ଲହଣ୍ଡାବୁଡ଼ ସ୍ଥିତ ଟିପିଏସ୍ଏଲ୍ କାରଖାନାରେ ହୋଇଥିବା ବିସ୍ଫୋରଣ ଘଟଣାରେ ଆଜି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ଆନନ୍ଦ ସାହୁ ବୋଲି ଜଣାପଡିଛି । ବିସ୍ଫୋରଣ ବେଳେ ସେ ଗୁରୁତର ହୋଇଥିଲେ । ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ୱରର ଘରୋଇ ଡାକ୍ରରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ଆଜି ଭୋରରେ ତାଙ୍କର ମୃତ୍ୟୁ ହୋଇଛି । ସୂଚନାଯୋଗ୍ୟ, ଗତ ୨ ତାରିଖ ଦିନ ଟିପିଏସଏଲରେ ବିସ୍ଫୋରଣ ହୋଇଥିଲା । ଏଥିରେ ୭ ଜଣ ଶ୍ରମିକ ଆହତ ହୋଇଥିଲେ । ଆହତ ସମସ୍ତ ଶ୍ରମିକଙ୍କୁ ଝାରସୁଗୁଡା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ଜିଲ୍ଲାରେ ବର୍ଣ୍ଣ ୟୁନିଟ ନଥିବାରୁ ସମସ୍ତଙ୍କୁ ରାଉରକେଲା ଆଇଜିଏଚକୁ ସ୍ଥାନାନ୍ତର କାରଯାଇଥିଲା । ତେବେ ଆହତ ୬ ଶ୍ରମିକଙ୍କ ମଧ୍ୟରୁ ୨ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଅନ୍ୟ ୪ ଜଣ ରାଉରକେଲା ଆଇଜିଏଚରେ ଚିକିତ୍ସିତ ହେଉଛନ୍ତି ।

Related posts

ଗୋଟେପଟେ କରୋନାର କରାଳ ରୂପ ଅନ୍ୟପଟେ ଦୁବୃର୍ତ୍ତଙ୍କର ଭଗବାନଙ୍କର ଆଭୁଷଣ ଚୋରୀ

mahabharatanews

ବାଣ ବିକ୍ରି ଓ ଫୁଟାଇବା ଉପରେ ନିଷେଦ୍ଧାଦେଶ କାହା ପାଇଁ?

mahabharatanews

ଗତ ୨୪ ଘଣ୍ଟାରେ ଦେଶରୁ ୨୮୮ ସଂକ୍ରମିତ ଚିହ୍ନଟ 

mahabharatanews