ଅପରାଧଓଡିଶା

ଟ୍ରକଡ୍ରାଇଭରକୁ ମରଣାନ୍ତାକ ଆକ୍ରମଣ କରି ଲୁଟିନେଲେ ୨୬.୫୦୦ ଟଙ୍କା

(ବଲାଙ୍ଗୀର / ମଧୂସୁଦନ ବହିଦାର) : ବଲାଙ୍ଗୀର ଜିଲ୍ଲା ଲୋଇସିଂହା ଥାନା କରକଚିଆ ଛକ ନିକଟରେ ଟ୍ରକ୍ ଡ୍ରାଇଭରକୁ ମରଣାନ୍ତକ ଆକ୍ରମଣ ଓ ଲୁଟ୍ ଅଭିଯୋଗ। ଆକ୍ରମଣ ର ଶୀକାର ଟ୍ରକ୍ ଡ୍ରାଇଭର ହେଲେ ସୋନପୁର ଜିଲ୍ଲା ରାମପୁର ଥାନା ବଡକର୍ଲେ ଗାଁର ବିବେକା ମିର୍ଦ୍ଧା। ରାୟଗଡ ଜିନ୍ଦଲସିମେଣ୍ଟ କମ୍ପାନୀରୁ ଏକ ୧୨ ଚକିଆ ଟ୍ରକ୍ ରେ ସିମେଣ୍ଟଆଣି ଅପରାହ୍ନରେ ବଲାଙ୍ଗୀର ଜିଲ୍ଲା ଲୋଇସିଂହା ଥାନା ଅନ୍ତର୍ଗତ ଝାରମୁଣ୍ଡାରେ ଅନଲୋଡ୍ କରି ଫେରୁଥିଲେ। ଝାରମୁଣ୍ଡାରୁ ଫେରୁଥିବା ବେଳେ ବିଶ୍ରାମ ନେବା ପାଇଁ କରକଚିଆ ଛକ ଠାରେ ଅଟକିଥିଲେ । ତେବେ ଏକ ବାଇକରେ ଥିବା ଦୁଇଜଣ ଯୁବକ ଟ୍ରକ୍ ଡ୍ରାଇଭର ବିବେକାଙ୍କୁ ଠେଲାପେଲା କରି ଆକ୍ରମଣ କରିଥିଲେ। ଏପରିକି ଜଣେ ଦୁର୍ବୁତ୍ତ ବିବେକାଙ୍କ ଓଠକୁ କାମୁଡି ଛିଣ୍ଡାଇ ଦେଇଥିଲା । ଆକ୍ରମଣକାରୀମାନେ ବିବେକାଙ୍କ ପାଖରେ ଥିବା ୨୬ ହଜାର ପାଞ୍ଚଶହ ଟଙ୍କା ଲୁଟି ନେଇ ଫେରାର୍ ମାରିଥିବା ଗୁରୁତର ଡ୍ରାଇଭର୍ ଅଭିଯୋଗ କରିଛନ୍ତି। ଗୁରୁତର ବିବେକାଙ୍କୁ ପ୍ରଥମେ ଲୋଇସିଂହା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ ବଲାଙ୍ଗୀର ମେଡିକାଲ କଲେଜ ଡାକ୍ତରଖାନା ରେ ଭର୍ତି କରାଯାଇଛି। ଘଟଣା ସଂପର୍କ ରେ ଅଭିଯୋଗ ପାଇ ଲୋଇସିଂହା ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ଆକ୍ରମଣ ଓ ଲୁଟର ଶୀକାର ଡ୍ରାଇଭର ଦାବୀ କରିଛନ୍ତି ଲୋଇସିଂହା ପୋଲିସ ଘଟଣାର ତଦନ୍ତ କରିବା ସହ ଝାରମୁଣ୍ଡା ଗାଁରୁ ୨ ଜଣ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହେଇଛି । ଆଜି ଅଭିଯୁକ୍ତମାନଙ୍କୁ କୋଟ ଚାଲାଣ ପରେ ବଲାଙ୍ଗୀର ଜିଲ୍ଲା କାରାଗାରକୁ ପଠାଇ ଦିଆଯାଇଛି ।

Related posts

ସାବାଡ଼ ହେବେ ବିକଟାଳ ଶବ୍ଦ କରୁଥିବା ଗାଡି ଚାଳକ

mahabharatanews

ବିଶ୍ୱପ୍ରସିଦ୍ଧ ରଥଯାତ୍ରା : ଆଉ ମାତ୍ର ୨୦ଦିନ 

mahabharatanews

 ଭୁବନେଶ୍ବରରେ ଜେପି ନଡ୍ଡାଙ୍କ ରୋଡ୍‌ ସୋ’ 

mahabharatanews