ଓଡିଶା

 ଭୁବନେଶ୍ବରରେ ଜେପି ନଡ୍ଡାଙ୍କ ରୋଡ୍‌ ସୋ’ 

(ଭୁବନେଶ୍ୱର) : ଆଜି ରାଜଧାନୀ ଭୁବନେଶ୍ବରରେ ହାଇଭୋଲଟେଜ୍‌ ପ୍ରଚାର । ଏକାମ୍ର ଭୁବନେଶ୍ବରରେ ରୋଡ୍‌ ସୋ’ କରିବେ ଜେପି ନଡ୍ଡା । ବାରିକ ସାହିରୁ ରୋଡ୍‌ ସୋ’ ବାହାରି ଲିଙ୍ଗରାଜ ମନ୍ଦିର ଯିବ। ପ୍ରଚାର ଓ ରୋଡ ସୋରେ କମ୍ପିବ ରାଜଧାନୀ । ସକାଳେ ଓ ସନ୍ଧ୍ୟାରେ ଦୁଇ ଜଣ ବଡ ନେତା ରୋଡ ସୋ କରି ଶକ୍ତି ପ୍ରଦର୍ଶନ କରିବେ ।

ସୂଚନାନୁଯାୟୀ ,ସକାଳ ୯ଟାରେ ନଡ୍ଡା ମାଉସୀ ମା’ ମନ୍ଦିରଠାରୁ ଲିଙ୍ଗରାଜ ମନ୍ଦିର ପର୍ଯ୍ୟନ୍ତ ରୋଡ୍ ଶୋ’ କରିବା ପରେ ଅପରାହ୍ନରେ ବରଗଡ଼ ଜିଲ୍ଲାର ପଦ୍ମପୁର ଓ ସୁନ୍ଦରଗଡ଼ରେ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବେ । ଗତକାଲି ରାତିରେ ଭୁବନେଶ୍ୱର ପହଞ୍ଚିବା ପରେ ନଡ୍ଡା ଏକ ହୋଟେଲରେ ବିଜେପି ମହିଳା କାର୍ଯ୍ୟକର୍ତ୍ତାଙ୍କ ସହ ବୈଠକ କରିଥିଲେ । ଏହି ଅବସରରେ କହିଥିଲେ ଯେ, ମୋଦି ସରକାରରେ ମହିଳାଙ୍କୁ ଅଧିକ ଗୁରୁତ୍ୱ ଦିଆଯାଉଛି । ଯଦି ଜଣେ ବ୍ୟକ୍ତି ସଶକ୍ତ ହେଉଛି ତେବେ କେବଳ ଜଣେ ସଶକ୍ତ ହେବ। ଜଣେ ନାରୀ ସଶକ୍ତ ହେଲେ ପୂରା ପରିବାର ସଶକ୍ତ ହେବ ।

Related posts

ଗାଡି ଚଳାଚଳ ସ୍ୱାଭାବିକ

mahabharatanews

ସୁଶାନ୍ତଙ୍କ ମା’ଙ୍କୁ ସମ୍ବର୍ଦ୍ଧନା

mahabharatanews

ଜାତିସଂଘର ଜନସେବା ପୁରସ୍କାରରେ ମୋ ବସ୍ ପୁରସ୍କୃତ

mahabharatanews