ଓଡିଶା

ସାବାଡ଼ ହେବେ ବିକଟାଳ ଶବ୍ଦ କରୁଥିବା ଗାଡି ଚାଳକ

(ଭୁବନେଶ୍ୱର): ସାବାଡ଼ ହେବେ ବିକଟାଳ ଶବ୍ଦ କରୁଥିବା ଗାଡି ଚଢ଼ୁଥିବା ଚାଳକ  । ଢୋ ଢୋ କରି ବୁଲେଟ ରୁ ଫାୟାରିଂ କରୁଛନ୍ତି କି ? ତେବେ ସାବଧାନ । ରାସ୍ତା ଉପରେ ମାଡ଼ି ବସିବ ପୋଲିସ୍ । ଏ ନେଇ ଜୋରଦାର ହୋଇଛି ଚେକିଂ । ଟ୍ରାଫିକ ଏସିପି ଭାବେ ଜୟନ୍ତ ଦୋରା କାର୍ଯ୍ୟରେ ଯୋଗଦେବା ପରେ ଟ୍ରାଫିକ ନିୟମ ଖିଲାପିଙ୍କ ବିରୋଧରେ ଜିରୋ ଟଲରାନ୍ସ ନୀତି ଗ୍ରହଣ କରିବା ସହ ୬୦ ରୁ ଉର୍ଦ୍ଧ୍ୱ ବାଇକ ଜବତ କରିଛନ୍ତି ।

ସୂଚନାନୁଯାୟୀ,  ମୋଟର ସାଇକେଲରେ ଯଦି ବିକଟାଳ ଶବ୍ଦ କରୁଥିବା ସାଇଲେନ୍ସର ଲାଗିଛି ତେବେ ପୋଲିସ୍ ଗାଡ଼ି ଜବତ କରିନେବ । କୋର୍ଟକୁ ଯାଇ ଜରିମାନା ତ ଗଣିବେ ତା ସହ ଆପଣଙ୍କ ବୁ‌ଲେଟରୁ ସାଇଲେନ୍ସର ମଧ୍ୟ କାଢ଼ି ନେବେ । ଟ୍ରାଫିକ ପୋଲିସ ଆଗରେ ନିଜ ଗାଡିରେ ନୂଆ ଓ ଠିକ ମାନ ଥିବା ସାଇଲେଇନ୍ସର ଲଗାଇବା ପରେ କୋର୍ଟ ପିଆର ବଣ୍ଡରେ ଗାଡିକୁ ଛାଡିବ ।

Related posts

ଫେରିଥିବା ଦାଦନଙ୍କ ନାମ ପଞ୍ଜିକରଣ

mahabharatanews

ବନ୍ୟା ସ୍ଥିତି; ବୁଡିଗଲା ଏମ୍‌ଭି-୯୬ ପୋଲ

mahabharatanews

ଅସହାୟଙ୍କ ପାଇଁ ସ୍ୱପ୍ନ ସରକାରୀ ଯୋଜନା: ଭଙ୍ଗା କୁଡିଆରେ ବିତୁଛି ଉର୍ମିଳାଙ୍କ ଜୀବନ

mahabharatanews