Uncategorized

ଟ୍ରକରୁ ସାଢେ ୩ ଲକ୍ଷ ଟଙ୍କାର ପିଆଜ ଚୋରି

(ପାଟନା): କିଛି ଦିନର ବ୍ୟବଧାନ ପରେ ପୁଣି ପିଆଜ ଚୋରି ଘଟଣା ସାମ୍ନାକୁ ଆସିଛି । ପିଆଜର ଦର ଆକାଶଛୁଆଁ ହୋଇଥିବା ବେଳେ ଗତ କିଛି ଦିନ ତଳେ ମହାରାଷ୍ଟ୍ରରେ ଏକ ପିଆଜ ବୋଝେଇ ଟ୍ରକରୁ ଚୋରି ହେବା ପରେ ଏବେ ସମାନ ଢଙ୍ଗରେ ବିହାରରେ ପିଆଜ ଚୋରି ହୋଇଛି । ଗତ ଗୁରୁବାର ରାତିରେ ବିହାରର କୈମୁର ଜିଲ୍ଲା ମୋହନିଆ ଥାନା ଅଞ୍ଚଳରେ ଆହ୍ଲାବାଦ ଯାଉଥିବା ଏକ ପିଆଜ ଭର୍ତ୍ତି ଟ୍ରକରୁ ସାଢେ ୩ ଲକ୍ଷ ଟଙ୍କା ମୂଲ୍ୟର ପ୍ରାୟ ୫ ଟନ୍ ପିଆଜ ଦୁର୍ବୃତ୍ତମାନେ ଲୁଟି ନେଇଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟଜନକ ଘଟଣା ଭାବେ ଏହି ଚୋରମାନେ ଏଭଳି ସତର୍କତାର ସହ ପିଆଜ ଲୁଟିଛନ୍ତି ଯେ, ସେମାନଙ୍କୁ ଖୋଜିବା ପୋଲିସ ପାଇଁ ଏକ ଚ୍ୟାଲେଞ୍ଜ ହୋଇଛି ।

ଅଭିଯୋଗ ଅନୁସାରେ, ରାତି ସାଢେ ୧୦ଟା ବେଳେ ଏକ କାର୍ ଯୋଗେ ୬ ଜଣ ଦୁର୍ବୃତ୍ତ ରାସ୍ତାରେ ପିଆଜ ବୋଝେଇ ଟ୍ରକଟିକୁ ଅଟକାଇ ଡ୍ରାଇଭରଙ୍କୁ ପିସ୍ତଲ ଦେଖାଇ ଡରାଇଥିଲେ । ପରେ ଟ୍ରକଟିକୁ ଅପହରଣ କରି ଏକ ଅଜ୍ଞାତ ସ୍ଥାନକୁ ନେଇ ସେଠାରେ ପିଆଜ ବସ୍ତାଗୁଡିକୁ କାଢି ଏକ ଗାଡିରେ ଲଦି ଘଟଣାସ୍ଥଳରୁ ଫେରାର ହୋଇଥିଲେ । ଏହାପରେ ଆଉ କିଛି ଦୁର୍ବୃତ୍ତ ଟ୍ରକ୍ ଚାଳକଙ୍କୁ ଜୋର ଜବରଦସ୍ତ ଏକ କାରରେ ବସାଇ କିଛି ବାଟ ନେଲା ପରେ ଏକ ନିଛାଟିଆ ସ୍ଥାନରେ ଛାଡି ଦେଇଥିଲେ । ପରେ ଉକ୍ତ ଡ୍ରାଇଭର ଜଣକ କୌଣସି ମତେ ଲିଫ୍ଟ ମାଗି ଟ୍ରକ ପାଖରେ ପହଞ୍ଚି ଆହ୍ଲାବାଦରୁ ପିଆଜ ମଗାଇଥିବା ବ୍ୟବସାୟୀଙ୍କୁ ଘଟଣା ବିଷୟରେ ଅବଗତ କରିଥିଲେ । ଏହାପରେ ବ୍ୟବସାୟୀ ଜଣକ ନିକଟସ୍ଥ ଥାନାରେ ଅଭିଯୋଗ ଦାଖଲ କରିଥିଲେ ।

Related posts

ଚୀନର ମୋବାଇଲ ଆପ ବ୍ଲକ୍ କରିବାକୁ ଗୁଇନ୍ଦା ପରାମର୍ଶ

mahabharatanews

ବିହାର ନିର୍ବାଚନ ପାଇଁ ନୀତିଶଙ୍କ ଟାର୍ଗେଟ ନିର୍ଦ୍ଧାରଣ

mahabharatanews

ହିନ୍ଦୁ ପରିବାରରେ ମୁସଲମାନ ହୋଇଛନ୍ତି ଅତିଥି

mahabharatanews