ଓଡିଶା

ଟ୍ରକ୍କୁ ପିଟିଲା ବାଇକ୍, ୨ ମୃତ

(ମହାଭାରତ, ବ୍ରହ୍ମପୁର): ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଚଟି ଛକ ନିକଟରେ ଗତ ସୋମବାର ଏକ ମର୍ମନ୍ତୁଦ ସଡକ ଦୂର୍ଘଟଣା ଘଟିଛି । ବିଳମ୍ବିତ ରାତିରେ ଏକ ଟ୍ରକ୍ ପଛରେ ଗୋଟିଏ ବାଇକ୍ ଧକ୍କା ହେବାରୁ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁୁରତର ଆହତ ହୋଇଛନ୍ତି । ତେବେ ମୃତାହତଙ୍କ ପରିଚୟ ମିଳିପାରି ନାହିଁ । ଖବର ପାଇ ଗୋଳନ୍ଥରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁଯାୟୀ, ବାଇକ୍ରେ ୩ ଜଣ ଯାଉଥିଲେ । ରାସ୍ତାରେ ବାଇକ୍ଟି ଦ୍ରୁତ ଗତିରେ ଯାଉଥିବା ସମୟରେ ଚଟି ଛକ ଠାରେ ଆଗରେ ଯାଉଥିବା ଟ୍ରକ ସହ ପିଟି ହୋଇଯାଇଥିଲା । ଫଳରେ ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିଲା । ସ୍ଥାନୀୟ ଲୋକେ ଏହା ଦେଖି ପୋଲିସକୁ ଖବର ଦେଇଥିଲେ । ଗୁରୁତର ବ୍ୟକ୍ତିଙ୍କୁ କଟକ ବଡ ମେଡିକାଲ ନିଆଯାଇଥିବା ଜଣାପଡିଛି ।

Related posts

ଚୋରା ଚାଲାଣ ବେଳେ ଟ୍ରକ ସହ ବିପୁଳ ଗଞ୍ଜେଇ ଜବତ, ୩ ଗିରଫ

mahabharatanews

ବାହୁଡା଼ ପ୍ରସ୍ତୁତି : ଆସନ୍ତା କାଲି ୫ଟାରୁ ସାଧାରଣ ଦର୍ଶନ ବନ୍ଦ

mahabharatanews

ସରପଞ୍ଚ ସଂଘ ତରଫରୁ ଆର୍ଥିକ ସହାୟତା ପ୍ରଦାନ

mahabharatanews