ଓଡିଶା

ଯୁବକଙ୍କ ଟାଙ୍ଗିଆ ଚୋଟରେ ବୃଦ୍ଧା ମୃତ

(ମହାଭାରତ, ରାୟଗଡା): ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଶେରିଗୁମା ପଞ୍ଚାୟତ ଅନ୍ତର୍ଗତ ବାଲାପାଇ ଗାଁରେ ଗତ ରବିବାର ବିଳମ୍ବିତ ରାତିରେ ଯୁବକଙ୍କ ଟାଙ୍ଗିଆ ଚୋଟରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି । ମୃତ ବୃଦ୍ଧା ଜଣକ ୬୫ ବର୍ଷିୟ ନିଲାଇ ପିଡିଶିକା ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଆପାନା ନାମକ ଜଣେ ଯୁବକ ଟାଙ୍ଗିଆ ଧରି ପଡୋଶୀ ରହୁଥିବା ବୃଦ୍ଧାଙ୍କ ଘରେ ପଶିଥିଲା । ଶୋଇଥିବା ଅବସ୍ଥାରେ ଅଭିଯୁକ୍ତ ତାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା । ଘଟଣାସ୍ଥଳରେ ବୃଦ୍ଧାଙ୍କ ମୃତ୍ୟୁ ହେବା ପରେ ଯୁବକ ଜଣକ ନିକଟସ୍ଥ ପାହାଡ ଉପରକୁ ଦୌଡି ପଳାଇଥିଲା । ଖବର ପାଇ କିଛି ଗ୍ରାମବାସୀ ଖବର ପାଇ ଯୁବକଙ୍କୁ କାବୁ କରି ପୋଲିସକୁ ଖବର ଦେଇଥିଲେ । ପରେ ପୋଲିସ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିଥିଲା । ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ରକ୍ତ ନମୂନା ସଂଗ୍ରହ କରିଥିଲେ । ପୋଲିସ ବୃଦ୍ଧାଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ସହ ଘଟଣାର ତଦନ୍ତ ଜାରି ରଖିଛି । ହତ୍ୟାକାରୀ ଯୁବକଙ୍କ ୨ ବର୍ଷ ହେବ ମାନସିକ ବିକୃତି ହୋଇଥିବା ଗାଁ ଲୋକେ କହିଛନ୍ତି ।

Related posts

ପ୍ରବଳ ବର୍ଷା ସମ୍ଭାବନା: ସମସ୍ତ ବନ୍ଦର ପାଇଁ ବିପଦ ସଙ୍କେତ ଜାରି

mahabharatanews

ବ୍ଲକ୍ ଡ଼ାଟା ଏଣ୍ଟ୍ରି ଅପରେଟରଙ୍କ ପ୍ଲାଜମା ଦାନ

mahabharatanews

ଭୋଟର ତାଲିକା ସଂଶୋଧନ୨୦୨୧ ଅନୁଷ୍ଠିତ

mahabharatanews