ଓଡିଶା

ଟ୍ରକ ଧକ୍କାରେ ଯୁବକ ମୃତ

ଗୋପ: ଟ୍ରକ ଧକାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ପୁରୀ ଜିଲ୍ଲା ଗୋପ ଥାନା ଅଧୀନ ବଉଲାଙ୍ଗ ପଞ୍ଚାୟତର ପଲି ଛକ ନିକଟରେ ଥିବା ବାଲି ଦଣ˜ାରେ ଏହି ଦୁର୍ଘଟଣା ଘଟିଛି । ସୁଚନା ଅନୁଯାୟୀ ଓଡି୦୫ଏପି୮୫୯୪ ନାମକ ଏକ ଟ୍ରକ ନୟାହାଟରୁ ଗୋପ ଯାଉଥିଲା । ସ୍ଥାନୀୟ ପଲି ଅଞ୍ଚଳର ପ୍ରଫୁଲ୍ଲ ବିପରୀତ ଦିଗରୁ ଅ।ସୁଥିଲେ । ଟ୍ରକଟି ଧକା ଦେବା ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ଖବର ପାଇ ଘଟଣାସ୍ଥଳରେ ଗୋପ ପୋଲିସ ପହଁଚି ଲୋକଙ୍କୁ ବୁଝାସୁଝା କରି ଉତ୍ତେଜନା ନିୟନ୍ତ୍ରଣ କରିବା ସହ ଦୁର୍ଘଟଣା ନେଇ ତଦନ୍ତ ଚଳାଇଛି ।

Related posts

ରାଜ୍ୟ ସ୍ତରୀୟ ସାମାଜିକ କର୍ମୀ ମିଳନ

mahabharatanews

ଚନ୍ଦ୍ରଭାଗାରେ ବିଚିତ୍ର ଫାଉଣ୍ଡେସନର ସଫେଇ କାର୍ଯ୍ୟକ୍ରମ

mahabharatanews

ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ୧୫୫ ତମ ଜନ୍ମତିଥି ଅବସରରେ ଜନ୍ମମାଟି ରେ ଶ୍ରଦ୍ଧାଞ୍ଜଳି ଅର୍ପଣ

mahabharatanews