ଓଡିଶା

ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ୧୫୫ ତମ ଜନ୍ମତିଥି ଅବସରରେ ଜନ୍ମମାଟି ରେ ଶ୍ରଦ୍ଧାଞ୍ଜଳି ଅର୍ପଣ

ମୟୂରଭଞ୍ଜ ର ପୂର୍ବତନ ପ୍ରଜାବତ୍ସଳ ମହାରାଜା ତଥା ଉତ୍କଳ ସମ୍ମିଳନୀର ପ୍ରଥମ ସଭାପତି ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ୧୫୫ ତମ ଜନ୍ମତିଥି ଅବସରରେ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଅନୁଷ୍ଠାନ ମାନଙ୍କ ପକ୍ଷରୁ ଜନ୍ମମାଟି ରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ମୟୂରଭଞ୍ଜ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସରରେ ଥିବା ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ରେ ଆଜି ସକାଳେ ଜିଲ୍ଲା ପ୍ରଶାସନ, ବିଭିନ୍ନ ସଂଗଠନ, ବିଭିନ୍ନ ବିଦ୍ୟାଳୟ ର ଛାତ୍ର ଛାତ୍ରୀ,ବରିଷ୍ଠ ନାଗରିକ ଏବଂ ରାଜ ପରିବାର ପକ୍ଷରୁ  ସାମୁହିକ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଅନୁରୂପ ଭାବରେ ମୟୂରଭଞ୍ଜ ସିଟିଜେନ ଫୋରମ୍ ପକ୍ଷରୁ ମୟୂରଭଞ୍ଜ ର ରାଜପ୍ରାସାଦ ମଧ୍ୟରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ଜୟନ୍ତୀ ପାଳିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସିଟିଜେନ ଫୋରମ୍ ର ସଦସ୍ୟମାନଙ୍କ ସହ ବାରିପଦା ର ବହୁ ପ୍ରମୁଖ ତଥା ବରିଷ୍ଠ ନାଗରିକ,ବୁଦ୍ଧିଜୀବୀ, ଶିକ୍ଷାବିତ,ଆଇନଜୀବୀ,ମହିଳା, ଗଣମାଧ୍ୟମ ର ପ୍ରତିନିଧିମାନେ ଅଂଶଗ୍ରହଣ କରି ପ୍ରଜାଵତ୍ସଳ ମହାରାଜା ଶ୍ରୀରାମଚନ୍ଦ୍ର ଙ୍କ କୃତି ଓ ତାଙ୍କର ଅବଦାନ ସମ୍ପର୍କରେ ଆଲୋକପାତ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ମୟୂରଭଞ୍ଜ ର ମହାରାଣୀ ତଥା ମୟୂରଭଞ୍ଜ ଫାଉଣ୍ଡେସନ ର ଅଧ୍ୟକ୍ଷା ରଶ୍ମୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ ଙ୍କ ପୌରହିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମହାରାଜା ଶ୍ରୀରାମଚନ୍ଦ୍ର ଙ୍କ ଓଡ଼ିଶା ର ଭାଷା ସାହିତ୍ୟ ସାମାଜିକ ବିକାଶ ପାଇଁ ଯଥେଷ୍ଟ ଅବଦାନ ରହିଛି। ଆଗାମୀ ପିଢ଼ି ଙ୍କ ନିକଟରେ ସ୍ମୃତି ରଖିବାକୁ ସରକାରୀ ସ୍ତରରେ ଯଥେଷ୍ଟ ଉଦ୍ୟମ ର ଆବଶ୍ୟକତା ରହିଛି। ଅନ୍ୟାନ୍ୟ ମହାପୁରୁଷ ମାନଙ୍କ ପରି ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ଜୀବନୀ ସମ୍ପର୍କରେ ବିଶେଷ ତଥ୍ୟ ପିଲାମାନଙ୍କ ପାଠ୍ୟପୁସ୍ତକ ରେ ରହିପାରିଲେ ତାହା ତାଙ୍କ ପ୍ରତି ସଠିକ ଶ୍ରଦ୍ଧାଞ୍ଜଳି ହୋଇପାରନ୍ତା, ନହେଲେ ଆଗାମୀ ଦିନରେ ପିଲା ମାନଙ୍କ ସ୍ମୃତି ରୁ ହଜି ଯିବେନି ତ ବୋଲି ବୁଦ୍ଧିଜୀବୀମାନେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

Related posts

କୁସୁପୁର ଗଣହତ୍ୟା ଘଟଣା : ମୋବାଇଲ ଟର୍ଚ ଲାଇଟ ପକାଇ କଦଳୀ ଗଛକୁ ହାଣୁ ଥିଲା ଶିବ!

mahabharatanews

ମକର ସଂକ୍ରାନ୍ତି ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

mahabharatanews

ଦିନ ଦ୍ୱିପ୍ରହରରେ ଲୁଟି ନେଲେ ୪୫ ହଜାର ଟଙ୍କା

mahabharatanews