ଓଡିଶା

କପ୍ତିପଦା ଉପଖଣ୍ଡରେ ଅଦିନିଆ ବର୍ଷା

ଉଦଳା: ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡରେ ଅଦିନିଆ ବର୍ଷା ଦେଖିବାକୁ ମିଳିଛି । ଏହି ବର୍ଷାଫଳରେ ରାସ୍ତା ଘାଟ ଶୂନଶାନ ହେବା ସଙ୍ଗେ ସଙ୍ଗେ ଶୀତର ପ୍ରକୋପ ବଢିଯାଇଛି । ଫଳରେ ଲୋକ ଘରୁ ବାହାରିବା କଷ୍ଟକର ହୋଇପଡୁଛି । ଉପଖଣ୍ଡରେ ଶୀତ ଓ ଜାଡରେ ଲୋକମାନେ ସଂଗୀନ ସ୍ଥିତିରେ ରହିଥିବା ବେଳେ ଏବେ ଅଦିନିଆ ବର୍ଷା ଆହୁରି ଚିନ୍ତା ବଢ଼ାଇ ଦେଇଛି । କେତେକ ସ୍ଥାନରେ ଫସଲ ନଷ୍ଟ ହେବାର ମଧ୍ୟ ସମ୍ଭାବନା ରହିଛି । ଫଳରେ ଚାଷୀ ଫସଲ ନଷ୍ଟକୁ ନେଇ ଆଶଙ୍କାରେ । ଏବେ ଚାଷ ଅମଳ କରିବା ବେଳ । କେତେକ ସ୍ଥାନରେ ଚାଷୀ ତାର ଫସଲ କାଟି ବିଲରେ ଗଦା କରିଛି ତ ପୁଣି କେତେକ ସ୍ଥାନରେ ଫସଳ କଟା ହୋଇ ନାହିଁ । ବର୍ଷା ହେଲେ ଚାଷୀର ବର୍ଷକର ଫସଲ ବିଲରେ ହିଁ ଗଜା ଧରିଯିବ । ଏହି ଚିନ୍ତାରେ ଚାଷୀ ।

Related posts

ଭିଡିଓ କନଫରେନ୍ସିଂ ଜରିଆରେ ବହୁ ପ୍ରତୀକ୍ଷିତ ମାମଲାର ଶୁଣାଣୀ, ଅଭିଯୁକ୍ତମାନଙ୍କୁ ସଶ୍ରମ କାରାଦଣ୍ଡ

mahabharatanews

ଜରଡାରେ ପଂଚାୟତସ୍ତରୀୟ କ୍ରୀଡା ପ୍ରତିଯୋଗୀତା

mahabharatanews

ଓଜେଇଇ ପରୀକ୍ଷାରୁ ବଞ୍ଚିତ ଛାତ୍ରଛାତ୍ରୀଙ୍କ ପାଇଁ ଅନୁଷ୍ଠିତ ହେବ ସ୍ୱତନ୍ତ୍ର ପରୀକ୍ଷା

mahabharatanews