Uncategorized

ଟ୍ରମ୍ପଙ୍କୁ ଇରାନର ଚେତାବନୀ

ତେହରାନ: ଇରାକର ସୀମାରେ ଥିବା ଏକ ଇରାନ ସପକ୍ଷବାଦୀ ସେନା କ୍ୟାମ୍ପ ଉପରେ ଆମେରିକାର ଏୟାର ଷ୍ଟ୍ରାଇକ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଇରାନ ଧମକ ଦେଇଛି । ଇରାନର ବିଦେଶମନ୍ତ୍ରଣାଳୟର ପ୍ରବକ୍ତା ଅବ୍ୱାସ ମୌସଭି କହିଛନ୍ତି, ଇରାକରେ ତାର ବେଆଇନ ଉପସ୍ଥିତି ଓ ଇରାକ କମାଣ୍ଡର ଓ ସୈନ୍ୟଙ୍କ ନରସଂହାର ପାଇଁ ସଂଯୁକ୍ତ ରାଷ୍ଟ୍ର ଅନ୍ୟମାନଙ୍କୁ ଦାୟୀ କରି ପାରିବ ନାହିଁ । କଠୋର କାର୍ଯ୍ୟାନୁଷ୍ଠାନ ଓ ଭିତ୍ତିହୀନ ଅଭିଯୋଗ ବଦଳରେ ଟ୍ରମ୍ପ ତାଙ୍କ ସେନାର ଉପସ୍ଥିତି ଓ ସେମାନଙ୍କ ବ୍ୟବହାର ଉପରେ ପୁନର୍ବିଚାର କରିବା ଆବଶ୍ୟକ ବୋଲି ଇରାନ ପକ୍ଷରୁ କୁହାଯାଇଛି । ଏହି ବୟାନ ଆମେରିକାର ପେଣ୍ଟାଗନ ପକ୍ଷରୁ କାତାବ ହେଜବୋଲାହ ଉପରେ ଆମେରିକାର ଏୟାର ଷ୍ଟ୍ରାଇକକୁ ନେଇ ବୟାନ ପରେ ଦିଆଯାଇଛି । ଇରାକର ୫ଟି ଅସ୍ତ୍ର।।ଗ।।ର ଉପରେ ଏହି ଏୟାର ଷ୍ଟ୍ରାଇକ କରାଯାଇଥିବା ଆମେରିକା ପକ୍ଷରୁ କୁହାଯାଇଥିଲା । ତାଜି ଏୟାର ବେସରେ ହୋଇଥିବା ରକେଟ ଆକ୍ରମଣର ଆମେରିକା ପ୍ରତିଶୋଧ ନେଇଥିବା କୁହାଯାଇଛି । ଗତ ବୁଧବାର ତ।।ଜି ଏୟାର ବେସରେ ହୋଇଥିବା ରକେଟ ଆକ୍ରମଣରେ ୨ ଆମେରିକୀୟଙ୍କ ସହ ଜଣେ ବ୍ରିଟେନ ନାଗରିକ ମୃତ୍ୟୁବରଣ କରିଥିଲେ ।

Related posts

ଆମେରିକାରେ କରୋନା ଟେଷ୍ଟ କିଟ୍ ଚୋରି

mahabharatanews

ଜବତ ବିସ୍ଫୋରକ ଥିବା କାର ହିଜବୁଲ ମୁଜାହିଦ୍ଦିନ ଆତଙ୍କୀର

mahabharatanews

ଦେଶରେ ୨୪ ଘଣ୍ଟାରେ ୫୬୦୯ ନୂଆ ଆକ୍ରାନ୍ତ ଚିହ୍ନଟ: ୧୩୨ ମୃତ

mahabharatanews