(ମହାଭାରତ ): ବିଶ୍ୱର ବିଭିନ୍ନ ଦେଶକୁ କୋରୋନା ଭାଇରସ ବ୍ୟାପିଛି । ବହୁ ଦେଶର ବିଶିଷ୍ଟ ନେତାମାନେ ଏହି ଭୟଙ୍କର ଭୁତାଣୁ କବଳରୁ ବର୍ତ୍ତି ପାରିନାହାନ୍ତି । ଶକ୍ତିଶାଳୀ ଆମେରିକା ଏହି ଭାଇରସର ସଂକ୍ରମଣକୁ ଦେଖି ଦେଶରେ ଜରୁରୀ କାଳୀନ ପରିସ୍ଥିତି ଘୋଷଣା କରିଛି । ଏହି କ୍ରମରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରିଛନ୍ତି । କିଛି ଦିନ ତଳେ ବ୍ରାଜିଲ ପ୍ରତିନିଧି ଦଳର ଟ୍ରମ୍ପଙ୍କୁ ଭେଟିଥିଲେ । ତେବେ ସେମାନଙ୍କୁ ମଧ୍ୟରୁ ଜଣେ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା । ଏହାପରେ ହ୍ୱାଇଟ୍ ହାଉସରେ ଟ୍ରମ୍ପଙ୍କର କରୋନା ଟେଷ୍ଟ ହୋଇଛି । ତାଙ୍କ ନମୂନା ପରୀକ୍ଷା ହେବା ପରେ ଟ୍ରମ୍ପଙ୍କ ଶରୀରରେ କୋଭିଡ-୧୯ ଭୂତାଣୁ ନଥିବା ଆମେରିକା ସରକାର ସ୍ପଷ୍ଟ କରିଛନ୍ତି । ଗତ ଶୁକ୍ରବାର ସଂଧ୍ୟାରେ ତାଙ୍କ ସ୍ୱାବ ପରୀକ୍ଷା କରାଯାଇଥିଲା । ଶନିବାର ସଂଧ୍ୟାରେ ଏହାର ରିପୋର୍ଟ ଆସିଥିଲା । ତାଙ୍କ ଶରୀରରେ କୋରୋନା ଭୂତାଣୁ ନଥିବା ଏଥିରୁ ଜଣାପଡିଥିଲା । ଏବେ ତାଙ୍କ ଶରୀରର ତାପମାତ୍ରା ସ୍ୱାଭାବିକ ରହିଛି ବୋଲି ଟ୍ରମ୍ପ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ଦେଇଛନ୍ତି । ଚୀନର ଉହାନରୁ ସୃଷ୍ଟି ହୋଇଥିବା ଏହି ଭୟଙ୍କର ଭାଇରସ ସଂକ୍ରମଣ ଫଳରେ ବିଶ୍ୱରେ ୫୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଶନିବାର ସୁଦ୍ଧା ଆମେରିକାରେ ୨୭୦୦ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୪୩ ଜଣଙ୍କ ମୃତ୍ୟୁ ହୋଇଛି ।
previous post
next post
