ଓଡିଶା

ଟ୍ରାକ୍ଟର ଓଲଟି ଜଣେ ମୃତ, ୨ ଗୁରୁତର

(ମହାଭାରତ, ବୌଦ୍ଧ): ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଶଗଡା ପଞ୍ଚାୟତର ପୌକା ଗାଁ ନିକଟରେ ଏକ ମର୍ମନ୍ତୁଦ ସଡକ ଦୂର୍ଘଟଣା ଘଟିଛି । ଏଠାରେ ଏକ ବାଲି ବୋଝେଇ ଟ୍ରାକ୍ଟର ରାସ୍ତା କଡକୁ ଓଲଟି ପଡିବାରୁ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ କମାରପଡା ଅଞ୍ଚଳର ପ୍ରଶାନ୍ତ ଦୀପ ବୋଲି ଜଣାପଡିଛି । ଦୂର୍ଘଟଣାରେ ଆଉ ୨ଜଣ ଗୁରତର ଆହତ ହୋଇଛନ୍ତି । ସୂଚନା ଅନୁଯ।।ୟୀ, ଟ୍ରାକ୍ଟରଟି ସ୍ଥାନୀୟ ବାଘ ନଦୀରୁ ବାଲି ବୋଝେଇ କରି ଆସୁଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଥିଲା । ଫଳରେ ଘଟଣାସ୍ଥଳରେ ଟ୍ରାକ୍ଟର ଥିବା ଶ୍ରମିକ ଜଣକ ପ୍ରାଣ ହରାଇଥିଲେ । ଆହତମାନଙ୍କୁ ଉଦ୍ଧାର କରି ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଦୂର୍ଘଟଣା ପରେ ମନମୁଣ୍ଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Related posts

ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ

mahabharatanews

ବାଚସ୍ପତି ନିର୍ବାଚନ; କଂଗ୍ରେସ ପରେ ବିଜେପିର ବର୍ଜନ

mahabharatanews

ହସ୍ପିଟାଲ କ୍ୟାଣ୍ଟିନ ଓ ୱାଓ ମୋମୋରେ ସ୍ଥାନ ପାଇବ ମାଣ୍ଡିଆ

mahabharatanews