ଓଡିଶା

ଟ୍ରେନରେ କଟି ୨ ମୃତ

(ମହାଭାରତ, ସୋର): ବାଲେଶ୍ୱର ଜିଲ୍ଲା ସୋର ରେଲୱେ ଷ୍ଟେସନରେ ର୍ଟେନରେ କଟି ୨ ଜଣଙ୍କର ମୃତ୍ୟୁ ହୋଇଛି । ମୃତକମାନଙ୍କ ପରିଚୟ ଏଯାଏ ମିଳିପାରିନାହିଁ । ଦୁଇଟି ପୃଥକ ଦୂର୍ଘଟଣାରେ ଏହି ଜୀବନହାନୀ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତିରେ ଜଣେ ବୃଦ୍ଧ ଟ୍ରେନରୁ ଖସି ପଡିଥିଲେ । ଫଳରେ ଟ୍ରେନଟି ତାଙ୍କ ଉପରେ ମାଡି ଯାଇଥିଲା । ସେହିପରି ଶନିବାର ଦିନ ଜଣେ ଯୁବକଙ୍କୁ ବେଙ୍ଗାଲୁରୁ-ଗୌହାଟୀ ଏକ୍ସପ୍ରେସ ଦେବା ଫଳରେ ତାଙ୍କର ମୃତ୍ୟୁ ହୋଇଛି । ସକାଳେ ଉଭୟଙ୍କ ମୃତଦେହକୁ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ପରେ ରେଳବାଇ ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

Related posts

ପୌର ନିର୍ବାଚନ: ୨ରୁ ନାମାଙ୍କନ, ୨୪ରେ ଭୋଟ

mahabharatanews

ଗନ୍ଧମାର୍ଦ୍ଦନ କୁନେଇ ବିରୋଧୀ ଦଳ ଉପନେତାଙ୍କ ପ୍ରଶ୍ନ ; ଉତ୍ତର ରଖିଲେ ଉପମୁଖ୍ୟମନ୍ତ୍ରୀ

mahabharatanews

ସିଂଲା ପଞ୍ଚାୟତ ସଟଡାଉନ

mahabharatanews