ଓଡିଶା

ଟ୍ରେନ୍ ଧକ୍କାରେ ୧୨ରୁ ଉର୍ଦ୍ଧ୍ୱ ମୃତ, ୨ ଗୁରୁତର

(ମମତା ସାମଲ ): ଲକଡାଉନ ଯୋଗୁଁ ମହାରାଷ୍ଟ୍ରରୁ ଛତିଶଗଡ଼କୁ ଫେରୁଥିବା ଶ୍ରମିକମାନେ ଟ୍ରେନ ଧକ୍କାର ଶିକାର ହୋଇଛନ୍ତି । ମହାରାଷ୍ଟ୍ରର ଔରଙ୍ଗାବାଦ ଜିଲ୍ଲାରେ ଆଜି ସକାଳ ସାଢ଼େ ୬ଟାରେ ଏହି ଅଭାବନୀୟ ଘଟଣା ଘଟିଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ମାଲଗାଡ଼ି ଧକ୍କାରେ ୧୪ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ହୋଇଛନ୍ତି । ଗତ ମାର୍ଚ୍ଚ ୨୫ରୁ ଦେଶରେ ଲକଡାଉନ ଲାଗୁ ହୋଇଯିବା ପରେ ଛତିଶଗଡ଼ ରାଜ୍ୟର ଶ୍ରମିକମାନେ ମହାରାଷ୍ଟ୍ରରେ ଫସିଯାଇଥିଲେ । ଘରକୁ ଆସିବା ପାଇଁ କୌଣସି ପରିବହନ ବ୍ୟବସ୍ଥା ନଥିବାରୁ ବାଧ୍ୟ ହୋଇ ଚାଲି ଚାଲି ଆସୁଥିଲେ । ଔରଙ୍ଗାବାଦ-ନାନ୍ଦେଡ ରୁଟର କରମନ୍ଦ ଷ୍ଟେସନ ନିକଟରେ ଶ୍ରମିକମାନେ ରେଲଲାଇନ ଅତିକ୍ରମ କରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ । ତେବେ ଆଜି ଭୋର ସକାଳୁ ଶ୍ରମିକମାନେ ଟ୍ରେନ ଲାଇନ ଅତିକ୍ରମ କରୁଥିବା ବେଳେ ସେହିସମୟରେ ଏକ ଖାଲି ଥିବା ମାଲଗାଡ଼ି ଟ୍ରେନ ସେମାନଙ୍କୁ ଧକ୍କା ଦେଇଥିଲା ।

ଦୁର୍ଘଟଣା ସଂପର୍କିତ ଖବର ହସ୍ତଗତ ହେବା ପରେ ଆରପିଏଫ ଏବଂ ସ୍ଥାନୀୟ ପୁଲିସ ଘଟଣାସ୍ଥଳକୁ ପହଞ୍ଚିଛନ୍ତି । ରିପୋର୍ଟ ଲେଖାଯିବା ବେଳକୁ ଉଦ୍ଧାର କାର୍ୟ୍ୟ ଜାରି ରହିଛି ।

Related posts

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଏଆଇଏଫ୍‌ଏଫ୍‌ ସଭାପତି ଓ ସଂପାଦକ

mahabharatanews

ସେଲ ପକ୍ଷରୁ ସ୍ୱାସ୍ଥ୍ୟ ଶିବିର: ୨୫୦ ରୁ ଅଧିକ ଲୋକଙ୍କ ସ୍ୱାସ୍ଥ୍ୟ ଚିକିତ୍ସା

mahabharatanews

ଜାରି ରହିଛି ମହା ପ୍ରଭୁଙ୍କ ରଥ ନିର୍ମାଣ, ସରିଲା ତିନି ରଥର ତୁମ୍ବ, ବିନ୍ଧ ଓ ଗୁଜ

mahabharatanews