ଓଡିଶା

ଟ୍ୟୁମର ଅପରେସନ ପାଇଁ ଟିମ ପ୍ରକାଶ ତ୍ରିପାଠୀର ସହାୟତା

ସରୋଜ ରାଉତ/ ଭୁବନେଶ୍ୱର: ଜେମାଛତର, ବାପାମାଆ ଛେଉଣ୍ଡ ୧୫ ବର୍ଷର ଆଦିବାସୀ ନାବାଳିକା । ସାଙ୍ଗରେ ୧୦ ଓ ୧୨ ବର୍ଷର ଦୁଇ ଭାଇ। ସାଙ୍ଗସାଥୀଙ୍କ ସହ ଖେଳବୁଲ, ପାଠପଢିବା ବୟସରେ ଜେମା କିନ୍ତୁ ସ୍ଥାନୀୟ ଏକ ଚିଙ୍ଗୁଡ଼ି କମ୍ପାନୀରେ କାମକରି ତିନି ପ୍ରାଣୀ କୁଟୁମ୍ବ ପୋଷନ୍ତି। ମଞ୍ଚେଶ୍ଵରସ୍ଥିତ ଝରଣା ବସ୍ତୀରେ ବାସକରନ୍ତି ଭାଇ ଭଉଣୀ ତିନି ଜଣ। ରୋଜଗାର କହିଲେ ୨୦୦୦ ଟଙ୍କା । ସବୁ ଦୁଃଖକୁ ଆଦରି ଜେମା ନିଜେ ପଢିବା ସହ ଦୁଇ ଭାଇଙ୍କୁ ପାଠ ପଢାଉଛନ୍ତି । ଜେମା ମାଟ୍ରିକ ପରୀକ୍ଷା ମଧ୍ୟ ଦେଇଛି। କିନ୍ତୁ ଭାଗ୍ୟର ବିଡମ୍ବନା, ଜେମାଙ୍କ ପେଟରେ ୭ ଟି ଟ୍ୟୁମର ହୋଇଛି । ଅପରେସନ ପାଇଁ ଟଙ୍କାଟିଏ ନାହିଁ କି କୌଣସି ସହାୟତା ନାହିଁ। ଏପରି ଦୁର୍ଦ୍ଦିନରେ ତାଙ୍କ ପାଇଁ ସହାୟତାର ହାତ ବଢାଇଛି ଟିମ୍ ୰ପ୍ରକାଶତ୍ରିପାଠୀ ଓ ୰ଜୟମାୟୁଥ୍ପକ୍ଲବ୍ । ଆଜି ଟିମ୍ ୰ପ୍ରକାଶତ୍ରିପାଠୀ ଓ ୰ଜୟମାୟୁଥ୍ପକ୍ଲବ୍ ମିଳିତ ଭାବେ ଜେମାଙ୍କୁ ଭେଟି ଖାଇବା ପାଇଁ ଚାଉଳ, ଡାଲି, ଅଟା, ସୋରିଷ ତେଲ,ବିସ୍କୁଟ,ସୁଜି,ଲୁଣ, ସୋୟାବିନ ବଡି, ଲଙ୍କା ଗୁଣ୍ଡ,ହଳଦୀ ଗୁଣ୍ଡ , ଆଳୁ, ପିଆଜ, ଚକୋଲେଟ୍ ଓ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ଯୋଗାଇ ଦେଇଛନ୍ତି । ଏଥିସହ ଜେମାଙ୍କ ଅପରେସନ ପାଇଁ କିଛି ଆର୍ଥିକ ସାହାଯ୍ୟ ଯୋଗାଇ ଦେଇ ସାମାଜିକ ଦାୟିତ୍ଵ ନିର୍ବାହ କଲୁ ଓ ଆଗାମୀ ଦିନରେ ଜେମା ଓ ତାଙ୍କ ଭାଇମାନଙ୍କ ପାଠପଢ଼ା ଖର୍ଚ୍ଚ ତୁଲାଇବା ପାଇଁ ନିଷ୍ପତ୍ତି ନେଲୁ ବୋଲି ଏହି ସ୍ୱେଚ୍ଛାସେମୀ ସଂଗଠନର କର୍ମକର୍ତ୍ତା ପ୍ରକାଶ କରିଛନ୍ତି। ଜେମାଙ୍କୁ ସରକାର ତଥା ଅନ୍ୟ ବଦାନ୍ୟ ବ୍ୟକ୍ତିବିଶେଷ ସାହାଯ୍ୟ ଯୋଗାଇ ଦେବା ପାଇଁ ଅନୁରୋଧ କରିଛନ୍ତି। ଜେମାଙ୍କୁ ସହଯୋଗ କରିବାକୁ ଟିମ୍ ସଦସ୍ୟ ସୌମ୍ୟ ରଂଜନ ପ୍ରଧାନ, ଦୀପକ ନାୟକ, ସୁଶାନ୍ତ ମୁଦୁଲି, ଲୋକେଶ, ସର୍ବଜିତ୍ ସାହୁ,ସନ୍ତୋଷ ସାହୁ, ସୋମ, ବିଲ ଓ ସମାଜସବୀ ନୂରହସନ୍ ପ୍ରମୁଖ ସହଯୋଗର ହାତ ବଢାଇଛନ୍ତି ।

Related posts

ଅସନ୍ତୋଷ ପରେ ବନ୍ଦ ହେଲା ଉଚ୍ଛେଦ

mahabharatanews

ଆଉ ଏକ ଲଘୁଚାପ ସୃଷ୍ଟି ସମ୍ଭାବନା ! କେତେକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

mahabharatanews

ସମସ୍ତ ସ୍ୱାସ୍ଥ୍ୟାନୁଷ୍ଠାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କଲେ ସରକାର

mahabharatanews