ଓଡିଶା

ପ୍ରାକୃତିକ ବିପର୍ୟ୍ୟୟର ସଫଳ ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ

ଟୁକୁନା ଖରା/ନବରଙ୍ଗପୁର: ଆଜି ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆସନ୍ତା ୧୯ ତାରିଖରେ ହେବାକୁ ଥିବା ପ୍ରାକୃତିକ ବିପର୍ୟ୍ୟୟର ସଫଳ ମୁକାବିଲା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ନବରଙ୍ଗପୁର ସ୍ଥିତ ସ୍ଥାନୀୟ ମିଶନ ଶକ୍ତି ସଭା ଗୃହ ଠାରେ ଏହି ବୈଠକ ଅନୁଷ୍ଠିତ ହୋଇଛି । ଜିଲ୍ଲା ଓ ବ୍ଲକସ୍ତରୀୟ ବନ୍ୟା ଆଶ୍ରୟ ସ୍ଥଳୀକୁ ନେଇ ବିସ୍ତୁୃତ ଆଲୋଚନା ହୋଇଛି । ଉକ୍ତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁବାଶିଷ ମାନସିଂହ, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ରମାକାନ୍ତ ନାୟକ,ଉପ ଜିଲ୍ଲାପାଳ ଶ୍ରୀ ଭାସ୍କର ରୋଇତ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଶ୍ରୀ ନିର୍ମଳ କୁମାର ନାୟକ, ଅଗ୍ନିଶମ ବିଭାଗ ଅଧିକାରୀ ଶ୍ରୀ ଦୀପକ କର,ଜିଲ୍ଲାର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ତହସିଲଦାରଙ୍କ ସମେତ ଜିଲ୍ଲା ସ୍ତରୀୟ ସମସ୍ତ ଅଧିକାରୀ ଏବଂ ବାତ୍ୟା ଆଶ୍ରୟ ସ୍ଥଳି ସଭାପତି, ସମ୍ପାଦକ ଓ ନୋଡାଲ ଏନଜିଓର କାର୍ତିକ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।

Related posts

୨୪ ଯାଏଁ ପ୍ରବଳ ଗରମ ସହ ଗୁଳୁଗୁଳି

mahabharatanews

ଧଳା କେଶରୁ ରକ୍ଷା ପାଇବାର ଘରୋଇ ଉପାୟ

mahabharatanews

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ

mahabharatanews