ବିଶ୍ୱ

ଟ୍ୱିଟରକୁ ଫେରିଲା ନୀଳ ପକ୍ଷୀ

ଗାଏବ ହେଲା କୁକୁର ଫେରିଆସଲା ନୀଳପକ୍ଷୀ । କିଛି ଦିନ ପାଇଁ ଟ୍ୱିଟରର ଲୋଗୋ ପାଲଟିଥିବା ଏହି କୁକୁର । କିନ୍ତୁ ପୁଣି ଫେରି ଆସିଛି ନୀଳପକ୍ଷୀ । ଗତ ୪ ତାରିଖ ସକାଳେ ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟରର ଲୋଗୋରୁ ନୀଳ ପକ୍ଷୀକୁ ହଟାଇ ତାହା ସ୍ଥାନରେ ଏକ ଡଗିକୁ ବସାଇ ଦିଆଯାଇଥିଲା। ମାତ୍ର ଆଜି ସକାଳେ ପୁଣି ଦେଖବବା କୁ ମିଳିଚି ନୀଳ ପକ୍ଷୀ । କୁଆଡେ ଗାଏବ ହୋଇଯାଇଛି କୁକୁର । ୨୦୧୦ ମସିହାରେ ଏହି କୁକୁରର ମାଲିକ ନିଜ କୁକୁରର ଏକ ଫଟୋ ଏକ ବ୍ଲଗ୍ରେ ଶେଆର କରିଥିଲେ। ସେବେଠାରୁ ଏହି କୁକୁରର ଫଟୋ ଥିବା ମିମ୍ସ ବିଟି କଏନ୍ ପରି ଅନ୍ୟ କ୍ରିପ୍ଟୋ କରେନ୍ସିର ମଜାକ ଉଡ଼ାଇବା ପାଇଁ ବ୍ୟବହାର କରାଯାଉଛି। ସେପଟେ ଟ୍ୱିଟର ଏପରି କିଛିନା କିଛି ଅଦଳବଦଳ କରିଚାଲିଛି ଫଳରେ ପ୍ରାୟ ୨,୨୫,୦୦୦ ଉପଭୋକ୍ତାଙ୍କ ଆକାଉଣ୍ଟକୁ ଟ୍ୱିଟର ଅନଫଲୋ କରି ସାରି ସାରିଛି। ଗତ ବର୍ଷ ଅକ୍ଟୋବର ମାସରେ ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ୱିଟରକୁ ୪୪ ଆରବ ଡଲାରରେ କିଣିଥିଲେ ଏଲନ୍ ମସ୍କ । ସେବେଠାରୁ ଅନେକ କର୍ମଚାରିଙ୍କୁ ବାଦ ଦେବା ସହ ସିଇଓ ପରାଗ ଅଗ୍ରୱାଲକୁ ବାହାର କରିଦେଇଥିଲେ ମସ୍କ । ଭାରତରେ ଟ୍ୱିଟର ପାଇଁ କାମ କରୁଥିବା ୯୦ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରାଯାଇଥିବା ବେଳେ ଦିଲ୍ଲୀ ଓ ମୁମ୍ବାଇରେ ଅଫିସ ମଧ୍ୟ ବନ୍ଦ କରିଥିଲା ଟ୍ୱିଟର । କେବଳ ଭାରତର ବେଙ୍ଗାଲୁରୁରେ ଚାଲିଛି ଅଫିସ ।

Related posts

ରାଜ୍ୟସଭା ସାଂସଦ ଭାବେ ଶପଥ ଗ୍ରହଣ କଲେ ଅଜିତ୍ ପାୱାରଙ୍କ ପୁଅ ପାର୍ଥ ପାୱାର ।

mahabharatanews

ଆଇସଲ୍ୟାଣ୍ଡରେ ଜରୁରୀକାଳୀନ ପରିସ୍ଥିତି,୮୦୦ ଥର ଭୂକମ୍ପ ଝଟ୍‌କା

mahabharatanews

ଚାର୍ଲସ ୩ୟ ହେଲେ ବ୍ରିଟେନର ନୂଆ ମହାରାଜା

mahabharatanews