ଭାରତ

ଆସାମ, ତେଜପୁର ବାୟୁସେନା ଷ୍ଟେସନରୁ ବସି ଉଡିବେ ରାଷ୍ଟ୍ରପତି

ଭୁବନେଶ୍ୱର: ଆଜି ଯୁଦ୍ଧବିମାନରେ ଉଡାଣ ଭରିବେ ରାଷ୍ଟ୍ରପତି ଦ୍ରୈାପଦୀ ମୁର୍ମୁ । ସୁଖୋଇ-୩୦ ଲଢୁଆ ବିମାନରେ ବସି ମହାମହି ଆଜି ଉଡିବେ । ୨ ଦିନିଆ ଆସାମ ଗସ୍ତରେ ଅଛନ୍ତି ରାଷ୍ଟ୍ରପତି । ଆଜି ଏଠାରେ ସୁଖୋଇ ଯୁଦ୍ଧ ବିମାନରେ ବସିବାର ରାଷ୍ଟ୍ରପତିଙ୍କ କାର୍ୟ୍ୟକ୍ରମ ରହିଛି । ତେବେ କେବଳ ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁ ହିଁ ନୁହଁନ୍ତି ପୂର୍ବରୁ ଭାରତର ଅନେକ ରାଷ୍ଟ୍ରପତି ଲଢୁଆ ବିମାନରେ ବସି ଉଡ଼ାଣ ଭରିଛନ୍ତି । ଆସାମ, ତେଜପୁର ବାୟୁସେନା ଷ୍ଟେସନରୁ ବସି ଉଡିବେ ରାଷ୍ଟ୍ରପତି ।ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲ ମଧ୍ୟ ଲଢୁଆ ବିମାନରେ ଉଡିଥିଲେ । ନଭେମ୍ବର ୨୦୦୯ରେ ସୁଖୋଇ ବିମାନରେ ବସିଥିଲେ ପ୍ରତିଭା ପାଟିଲ । ପୁଣେ ଏୟାରବେସ୍ରୁ ଉଡାଣ ଭରିଥିଲେ ପୂର୍ବତନ ରାଷ୍ଟ୍ରପତି ।ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବ୍ଦୁଲ କଲାମ ବି ସୁଖୋଇ-୩୦ରେ ବସିଥିଲେ ।ସୁପରସୋନିକ ଲଢୁଆ ବିମାନରେ ବସି ୩୦ ମିନିଟ୍ ଧରି ଉଡିଥିଲେ ଅବ୍ଦୁଲ କଲାମ୍ ।ଏମକେଆଇ ବିମାନରେ ବସି ଉଡାଣ ଭରିବେ ରାଷ୍ଟ୍ରପତି । ରାଷ୍ଟ୍ରପତିଙ୍କ କାର୍ୟ୍ୟାଳୟ ପକ୍ଷରୁ ଏହି ସୂଚନା ମିଳିଛି ।

Related posts

ଶିଶୁର ମୃତ୍ୟୁ ହେବା ସ୍ଥିତିରେ ୬୦ ଦିନ ପାଇଁ ମହିଳା କର୍ମଚାରୀମାନଙ୍କୁ ବିଶେଷ ମାତୃତ୍ୱ ଛୁଟି ମିଳିବ !

mahabharatanews

କଲିକତା ହାଇକୋର୍ଟଙ୍କ ନିଷ୍ପତ୍ତି: ସିବିଆଇ ବୀରଭୂମ ହିଂସା ଯାଞ୍ଚ କରିବ ସିବିଆଇ, ଏପ୍ରିଲ ୭ସୁଦ୍ଧା ରିପୋର୍ଟ ଦାଖଲ ନିର୍ଦ୍ଦେଶ

mahabharatanews

ଥ୍ରୀ ଡିଏସ୍  ସାଟେଲାଇଟ୍ ଉତକ୍ଷେପଣ 

mahabharatanews