(ମହାଭାରତ, କଣିହାଁ): ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ଏନଟିପିସି ପ୍ରକଳ୍ପର ଉଦ୍ୟାନ ବିଭାଗରେ କାର୍ଯ୍ୟରତ ଏକ ଠିକାସଂସ୍ଥାର ଶ୍ରମିକମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ମଧୁଚକ୍ର କନଷ୍ଟ୍ରକସନ ଠିକାସଂସ୍ଥା ଦ୍ୱାରା ନିୟୋଜିତ ଶ୍ରମିକ ମାନେ ଦିପଶିଖା ସ୍ଥାୟୀ କଲୋନୀ ଷ୍ଟେଟ୍ ବ୍ୟାଙ୍କ ନିକଟସ୍ଥ ପ୍ରଶାସନିକ ଭବନ ଠାରେ ଶନିବାର ପୂର୍ବାହ୍ନରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସଂପୃକ୍ତ ଠିକାସଂସ୍ଥା ପକ୍ଷରୁ ପ୍ରତିମାସରେ ନିୟମ ମୁତାବକ ୧ ତାରିଖ ସୁଧା ମାସିକ ଦରମା ମିଳୁନାହିଁ । ଦରମା ମାଗିଲେ ଠିକାଦର କାମରୁ ବାହାର କରିଦେବା ପାଇଁ ଧମକ ଦେବା ଓ ଅନ୍ୟ ସମସ୍ୟାଗୁଡିକୁ ନେଇ ସଂସ୍ଥା ଅଧିନରେ କାର୍ଯ୍ୟରତ ଉଭୟ ପୁରୁଷ ଓ ମହିଳା ଶ୍ରମିକ ଶନିବାର ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଶ୍ରମିକ ମାନଙ୍କ ଅଭିଯୋଗ ଅନୁଯାୟୀ, ସମ୍ପୃକ୍ତ ଠିକାସଂସ୍ଥା ଗତ ଫେବୃଆରି ୨୫ତାରିଖରୁ ସମସ୍ତ ଶ୍ରମିକ ମାନଙ୍କର ହାଜିରି କାର୍ଡ (ଉପସ୍ଥାନ) ନେଇଥିଲେ ମଧ୍ୟ ଦରମା ଦେବାକୁ ଟାଳଟୁଳ ନୀତି ଅବଲମ୍ବନ କରୁଛି । ଏନେଇ ଏନଟିପିସି ସିଭିଲ ବିଭାଗୀୟ ଅଧିକାରୀଙ୍କୁ ଗତକାଲି ଲିଖିତ ଭାବରେ ଅଭିଯୋଗ ମଧ୍ୟ କରାଯାଇଥିଲା । ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଶ୍ରମିକମାନେ ଏକତ୍ରିତ ହୋଇ ଠିକାସଂସ୍ଥା ଦରମା ସମ୍ପର୍କରେ ପଚାରିଥିଲେ । କିନ୍ତୁ ଅଧିକାରୀ ଦରମା ମିଳିବନି ବୋଲି କହିବାରୁ ଶ୍ରମିକମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଥିଲା । ପରେ ଉଭୟେ ପୁରୁଷ, ମହିଳା ଶ୍ରମିକ ମାନେ ଏକଜୁଟ୍ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସୂଚନାଥାଉକି, ପ୍ରକଳ୍ପର ୩ଟି ପୃଥକ ପୃଥକ ଉଦ୍ୟାନ ସାଇଡିଂଗରେ ନିୟୋଜିତ ୭୬ଜଣ ଅଣକୁଶଳୀ ଶ୍ରମିକ ବିକ୍ଷୋଭ ପ୍ରଦର୍ଶନରେ ସାମିଲ ଥିଲେ । ତୁରନ୍ତ ଦରମା ନଦେଲେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ଠିକାସଂସ୍ଥାକୁ ଚେତାବନୀ ଦେଇଛନ୍ତି ।
previous post
next post