(ମହାଭାରତ): ହାଇ ବ୍ଲଡ ପ୍ରେସର ଓ ଡାଇବେଟିସ ପରି ରୋଗକୁ ନିୟନ୍ତ୍ରଣ କରିବା ପାଇଁ ଆମେ ମେଡିସନ୍ର ସାହାଯ୍ୟ ନେଇଥାନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ଅଧିକ ମେଡିସିନ ଖାଇବା ଦ୍ୱାରା ଶରୀରକୁ କ୍ଷତି ପହଞ୍ଚିଥାଏ ।
ତେଣୁ କେବଳ ମେଡିସିନ୍ ନୁହେଁ, ଘରୋଇ ଉପଚାର ଜରିଆରେ ମଧ୍ୟ ଏସବୁ ରୋଗକୁ ନିୟନ୍ତ୍ରଣ କରାଯାଇପାରିବ । ଏଥିପାଇଁ ପ୍ରତ୍ୟେକ ଦିନ ରସୁଣ ଖାଇବା ଅଭ୍ୟାସ କରନ୍ତୁ । ରସୁଣ ଖାଇଲେ ବ୍ଲଡ ପ୍ରେସ ସହିତ ଅନ୍ୟ କେଉଁସବୁ ରୋଗ ନିୟନ୍ତ୍ରଣ ହୋଇଥାଏ ।
୧- ରସୁଣ କେବଳ ଉଚ୍ଚ ରକ୍ତଚାପ ନୁହେଁ, ପେଟରେ ହେଉଥିବା ବିଭିନ୍ନ ସମସ୍ୟାକୁ ମଧ୍ୟ ଠିକ୍ କରିଥାଏ । ଆପଣ ଚାହିଁଲେ ଗୋଟିଏ କିମ୍ବା ଦୁଇ କୋଲା କଞ୍ଚା ରସୁଣକୁ ପ୍ରତ୍ୟେକ ଦିନ ଚୋବାଇ ଖାଇପାରିବେ ।
୨- ରସୁଣକୁ ସୁବଦିନ ଖାଇଲେ ଡାଇବେଟିସ ନିୟନ୍ତ୍ରଣ ହୋଇଥାଏ । ପ୍ରକୃତ କଥା ହେଉଛି ରସୁଣ ଶରୀରକୁ ଗଲେ ସୁଗାର ନିୟନ୍ତ୍ରଣ କରିବାର ହରମୋନ ତିଆରି କରରିଥାଏ । ସେଥିପାଇଁ ଡାଇବେଟିସ ରୋଗୀ ନିଜ ଖାଦ୍ୟରେ ରସୁଣକୁ ସାମିଲ କରନ୍ତୁ ।
୩- ରସୁଣ ହୃଦଜନିତ ସମସ୍ୟାକୁ ମଧ୍ୟ ଭଲ କରିଥାଏ । ରସୁଣ ଖାଇଲେ ଶରୀରରେ ରକ୍ତ ଜମାଟ ବାନେ୍ଧ ନାହିଁ । ତେଣୁ ହାର୍ଟ ଆଟାକର ଆଶଙ୍କା କମ୍ ରହିଥାଏ ।
୪- ରସୁଣରେ କମ୍ କ୍ୟାଲୋରୀ ଓ କାର୍ବ ବା କାର୍ବୋହାଇଡ୍ରେଡ୍ ରହିଛି,ଯାହା ଡାଇବେଟିସ ରୋଗୀଙ୍କ ପାଇଁ ମହୌଷଧୀ ପରି କାମ କରିଥାଏ ।
୫- ରସୁଣ ଓ ମହୁକୁ ମିଶାଇ ଖାଇଲେ ରକ୍ତ ଧମନୀ ସଫା ରହିଥାଏ ଏବଂ ରକ୍ତ ସଞ୍ଚାଳନ ଠିକ୍ ହୋଇଥାଏ ।
previous post
next post
