ହିଞ୍ଜିଳି: ସୋମବାର ସନ୍ଧ୍ୟାରେ କୋଦଳା ତହସିଲଦାର ପ୍ରଭାତ କୁମାର ପରିଡା ଓ ଥାନା ଅଧିକାରୀ ଦେବାଶିଷ ମହାନ୍ତି ଥାନା କର୍ମଚାରୀଙ୍କ ଉପସ୍ଥିତିରେ ଡାକବାଜି ଯନ୍ତ୍ର ଦ୍ୱାରା ମହାମାରୀ କରୋନା ଭୂତାଣୁ ସମ୍ପର୍କ ରେ ସଚେତନ କରି ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ ନୂତନ ସର୍କୁଲାର ଘୋଷଣା କରିଛନ୍ତି । ଘୋଷଣାନାମା ଅନୁଯାୟୀ ଆଜି ଠାରୁ ଗଂଜାମ ଜିଲ୍ଲାରେ ଆବଶ୍ୟକୀୟ ଜିନିଷ ଥିବା ଦୋକାନ ସକାଳ ୭ ଟାରୁ ସନ୍ଧ୍ୟା ୪ ଟା ପର୍ଯ୍ୟନ୍ତ ଖୋଲା ରହିବ । ଅପରାହ୍ନ ୪ଟା ପରେ ବନ୍ଦ ହୋଇଯିବ ଓ ଆରଦିନ ସକାଳ ୭ ଟା ପର୍ଯ୍ୟନ୍ତ ବନ୍ଦ ରହିବ । ଆସନ୍ତା କାଲି ଠାରୁ ଦୁଇ ଚକିଆ ମୋଟର ସାଇକଲ ଉପରେ କଡା ନଜର ରଖାଯିବ । ଆବଶ୍ୟକୀୟ କାଗଜ ପତ୍ର ସହିତ ହେଲ୍ମେେଟ ପିନ୍ଧିବା ଏବଂ ଦୁଇଜଣରୁ ଅଧିକା ଗାଡିରେ ନ ବସିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯିଏ ଏହାକୁ ଅମାନ୍ୟ କରିବ, ସେମାନଙ୍କୁ ଫାଇନ୍ ପଡିବ ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଦୋକାନ ମାଲିକ ଏଥିରେ ବିଭ୍ରାଟ କଲେ ଦ୍ରୁଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି । କୋଦଳା ବେଗୁନିଆପଡାର ସମସ୍ତ ଜନଗହଳି ପୂର୍ଣ୍ଣ ସ୍ଥାନରେ ସଚେତନ କରାଯାଇଥିଲା ।
previous post
